ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂଜା ସିଜନରେ ଦେଶର ନାମି ଅଟୋ ମୋବାଇଲ କମ୍ପାନି ଅଶୋକ ଲେଲାଣ୍ଡ ବଡ଼ ଘୋଷଣା କରିଛି। ହିନ୍ଦୁଜା ଗ୍ରୁପ୍‌ର ଅଶୋକ ଲେଲାଣ୍ଡର କମ୍ପାନି ଅକ୍ଟୋବର ମାସରେ ଏହାର ବିଭିନ୍ନ ପ୍ଲାଣ୍ଟରେ ୧୫ ଦିନ ଉତ୍ପାଦନ ବନ୍ଦ ରଖିବାକୁ ସ୍ଥିର କରିଛି।

ଏନେଇ କମ୍ପାନି ପକ୍ଷରୁ କୁହାଯାଇଛି,”ଅକ୍ଟୋବର ମାସରେ ୨ରୁ ୧୫ ଦିନ ପର୍ଯ୍ୟନ୍ତ କମ୍ପାନି ଦେଶରେ ଥିବା ଅଲଗା ଅଲଗା ପ୍ଲାଣ୍ଟରେ ଉତ୍ପାଦନ ବନ୍ଦ ରଖିବ।”

ତେବେ କେଉଁ ପ୍ଲାଣ୍ଟରେ ଉତ୍ପାଦନ ବନ୍ଦ ରହିବ ସେନେଇ କମ୍ପାନି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ପ୍ଲାଣ୍ଟର ଉତ୍ପାଦନ ବନ୍ଦ କରିବାରେ ଏହା ହେଉଛି ଲାଗାତାର ଦ୍ୱିତୀୟ ମାସ। ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ଅଶୋକ ଲେଲାଣ୍ଡ କମ୍ପାନି ଦେଶର ବିଭିନ୍ନ ପ୍ଲାଣ୍ଟରେ ୫ରୁ ୧୮ ଦିନ ଯାଏଁ ଉତ୍ପାଦନ ବନ୍ଦ କରିଥିଲା।

ବର୍ତ୍ତମାନ ଦେଶରେ ପୂଜା ସିଜନ୍‌ ଚାଲିଛି। ଅଟୋ ମୋବାଇଲ ସେକ୍ଟରରେ ଏହାକୁ ଗୋଲ୍‌ଡେନ୍‌ ପିରିୟଡ କୁହାଯାଏ। ତେବେ ଏହି ସମୟରେ କମ୍ପାନି ପକ୍ଷରୁ ପ୍ଲାଣ୍ଟ ବନ୍ଦ କରିବା ଘୋଷଣା ନିଶ୍ଚିତ ରୂପରେ କମ୍ପାନିକୁ କ୍ଷତି ପହଞ୍ଚାଇବ। ତେବେ ଦେଶରେ ଲାଗି ରହିଥିବା ଆର୍ଥିକ ମାନ୍ଦାବସ୍ଥା ଫଳରେ କମ୍ପାନି ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Comment