ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ବଲପୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣ। ମହାନଦୀର ସଡ଼କଘାଟରେ ଗାଧୋଉଥିବା ବେଳେ ୬ ଜଣ ଯୁବତୀ ପାଣି ସୁଅରେ ଭାସି ଯାଇଛନ୍ତି। ଭାସିଯାଇଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିବା ସୂଚନା ମିଳିଛି।

ଏହି ଯୁବତୀମାନେ ହେଲେ ସ୍ଥାନୀୟ ଧୋବାପଡ଼ା ଏବଂ ସାହିବଙ୍ଗଳା ପଡ଼ାର ବାସିନ୍ଦା।

ନଦୀ ସୁଅରେ ୬ ଯୁବତୀ ଭାସି ଯାଇଥିବା ଖବର ପାଇଁ ସ୍ଥାନୀୟ ଲୋକେ ୫ ଜଣ ଯୁବତୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ହେଲେ ଏପର୍ଯ୍ୟନ୍ତ ଜଣଙ୍କର ପତ୍ତା ମିଳୁନି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Comment