ଓଡ଼ିଶାଲାଇଭ ବ୍ୟୁରୋ

ହାତ ଗୋଡ଼ ବାନ୍ଧି ଯୁବକଙ୍କୁ ଜୀଅନ୍ତା ଜାଳି ଦେଲେ ଦୁର୍ବୃତ୍ତ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ଅନ୍ତର୍ଗତ ଦାଆଗାଁ ସ୍କୁଲ ଭିତରେ। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଶନିବାର ବିଳମ୍ଵିତ ରାତିରେ ସ୍କୁଲ ପରିସରରୁ ଯୁବକଙ୍କ ଚିତ୍କାର ଶୁଭିଥିଲା। ଛିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଯୁବକଙ୍କୁ ଜଳୁଥିବା ଦେଖିଥିଲେ। ତେବେ ଲୋକମାନେ ତାଙ୍କ ପରିଚୟ ପଚାରିବାରୁ ସେ ଖୋର୍ଦ୍ଧା ବୋଲି କହିଥିଲେ।

ହେଲେ ତାଙ୍କୁ କିଏ ଜାଳିଛି ବୋଲି ପଚାରିବାରୁ ‘ସେ ମରିଯିବ’ ବୋଲି ଉତ୍ତର ଦେଇ ଆଉ କିଛି କହି ପାରିନଥିଲେ। ଯୁବକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜଗତସିଂହପୁର ଡାକ୍ତରଖାନା ପଠାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ଯୁବକ କିଏ? ତାଙ୍କୁ କିଏ ମାରିଲା? ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment