ଓଡ଼ିଶାଲାଇଭ ବ୍ୟୁରୋ

ପୁଣି ବିଦା ହେଲେ ଆଉ ଦୁଇ ସରକାରୀ ଅଧିକାରୀ। ଦୁର୍ନୀତି ମାମଲାରେ ପୂର୍ତ୍ତ ବିଭାଗର ୨ଯନ୍ତ୍ରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର। ଯନ୍ତ୍ରୀ ଦୁଇ ଜଣ ହେଲେ ପ୍ରାଣକୃଷ୍ଣ ପ୍ରସାଦ ଓ ଉମେଶ ଚନ୍ଦ୍ର ତ୍ରୀପାଠୀ।

ଯନ୍ତ୍ରୀ ପ୍ରାଣକୃଷ୍ଣ କଟକ ଓ ଭୁବନେଶ୍ଵର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସେ ପୂର୍ବରୁ କୋରାପୁଟ ଭିଜିଲାନ୍ସ ହାତରେ ୪ ଥର ଧରା ପଡ଼ିଥିଲେ। ସେ ବର୍ତ୍ତମାନ ଆରଡବ୍ଲୁ କ୍ଵାଲିଟି କଣ୍ଟ୍ରୋଲ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଛନ୍ତି।

ଏହାପୂର୍ବରୁ ଗୁରୁବାର ସକାଳୁ ଓଏଫ୍ଏସ୍‌ ଅଧିକାରୀଙ୍କୁ କାର୍ଯ୍ୟରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ଦୁର୍ନୀତି ଅଭିଯୋଗରେ ଓଏଫ୍‌ଏସ୍‌ ତଥା ପୂର୍ବତନ ଡିଏଫ୍‌ଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ମିଳିଛି ବାଧ୍ୟତାମୂଳକ ଅବସର।

ସେହିପରି ଅକ୍ଟୋବର ୪ ତାରିଖରେ ୩ଜଣ ଅଧିକାରୀଙ୍କୁ ବିଦା କରାଯାଇଥିଲା। ସେମାନେ ହେଲେ ଫରେଷ୍ଟ ଡେପୁଟି କନଜର ଭେଟର ଶରତ ପଣ୍ଡା, ଆରଟିଓ ଅଫିସର ବସନ୍ତ ବେହେରା ଓ ଏକ୍ସାଇଜ ଡେପୁଟି କମିସନର ଦିଲୀପ ନାଗ୍‌।

Comment