ଓଡ଼ିଶାଲାଇଭ ବ୍ୟୁରୋ

ଭୁବନେଶ୍ଵରରେ ପହଞ୍ଚିଲେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ଏହି ଗସ୍ତରେ ସେ ଭୁବନେଶ୍ଵରରେ ଆୟୋଜିତ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ଯୋଗ ଦେବେ। ସେ ଏହି କାର୍ଯ୍ୟକ୍ରମ ସହ ୯ ଦିନିଆ ଓଡ଼ିଶାରେ ରହିବେ।

ସେ ଭୁବନେଶ୍ଵରରେ ଆସି ପହଞ୍ଚିଛନ୍ତି। ସେ ପହଞ୍ଚିବା ପରେ ସଂଘର କର୍ମକର୍ତ୍ତାମାନେ ତାଙ୍କୁ ଭବ୍ୟ ସମ୍ଵର୍ଦ୍ଧନା ଦେଇଥିଲେ। ସେ ଅପରାହ୍‌ଣରେ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ଯୋଗ ଦେବେ।

ପ୍ରଥମ ଥର ପାଇଁ ଆର୍‌ଏସ୍‌ଏସ୍‌ ବାର୍ଷିକ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି। ଏଥିରେ ସଂଘର ପ୍ରାୟ ୪୦୦ କାର୍ଯ୍ୟକର୍ତ୍ତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Comment