ଓଡ଼ିଶାଲାଇଭ ବ୍ୟୁରୋ

5 T  ସଚିବ ଭି.କେ ପାଣ୍ଡିଆନଙ୍କ ସୁନ୍ଦରଗଡ଼ ଗସ୍ତ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ମୋ ସରକାର କାର୍ଯ୍ୟରେ ଅବହେଳା ଯୋଗୁଁ ସୁନ୍ଦରଗଡ଼ ଭାରପ୍ରାପ୍ତ ସିଡିଏମ୍‌ଓ ପଙ୍କଜ ପଟେଲଙ୍କୁ ନିଲମ୍ଵନ କରିଛନ୍ତି ରାଜ୍ୟ ସରକାର। ଏହାସହ ଜିଲ୍ଲାପାଳ ନିଖିଲ ପଓ୍ଵନ କଲ୍ୟାଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ 5 Tର ସମୀକ୍ଷା କରିବାକୁ ବିଭିନ୍ନ ଜିଲ୍ଲାରେ ଡାକ୍ତରଖାନା ଗସ୍ତରେ ଯାଉଛନ୍ତି 5 T ସଚିବ ଭିକେ ପାଣ୍ଡିଆନ। ସେହିପରି ରବିବାର ସକାଳେ ସେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ପହଞ୍ଚିଥିଲେ।

ସେଠାରେ ବିଭିନ୍ନ ବିଭାଗ ବୁଲି ସମୀକ୍ଷା କରିବା ସହ ରୋଗୀମାନଙ୍କ ସହ କଥା ହୋଇଥିଲେ। ପରେ ସିଡିଏମ୍‌ଓଙ୍କୁ କାର୍ଯ୍ୟରେ ଅବହେଳା ଯୋଗୁଁ ସିଡିଏମ୍‌ଓଙ୍କୁ ନିଲମ୍ଵନ କରିବା ସହ ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

Comment