ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟର ୩ ମେଡିକାଲ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ୩ଟି ମେଡିକାଲରେ ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର ମେଡିକାଲରେ ବେଡ୍‌ ସଂଖ୍ୟା ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନବରଙ୍ଗପୁର ମେଡିକାଲରେ ବେଡ୍‌ ସଂଖ୍ୟା ୨୦୦କୁ ବଢ଼ାଯାଇଛି। ମେଡିକାଲକୁ ୩ଟି ଆମ୍ଵୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡ଼ି ଦିଆଯିବା ନେଇ ମଧ୍ୟ ଘୋଷଣା ମଧ୍ୟ କରାଯାଇଛି। ଏହାସହ ମେଡିକାଲରେ ନୂଆ କୋଠା ନିର୍ମାଣ ପାଇଁ ଅର୍ଥ ଘୋଷଣା ହୋଇଛି।

ସେହିପରି ମାଲିକାନଗିରି ଡାକ୍ତରଖାନାରେ ବେଡ୍‌ ସଂଖ୍ୟା ୨୦୦କୁ ବୃଦ୍ଧି କରାଯାଇଛି। ମେଡିକାଲରେ ଟ୍ରାଞ୍ଜିଟ ହୋମ୍‌ ହେବା ସହ ମାଲକାନଗିରି ମୋଟୁକୁ ପ୍ରତ୍ୟେକ ଦିନ ବସ୍‌ ଚଳାଚଳ କରିବ।

କୋରାପୁଟ ଜିଲ୍ଲା ଚିକିତ୍ସାଳୟରେ ବେଡ୍‌ ସଂଖ୍ୟା ୨୫୦କୁ ବୃଦ୍ଧି କରାଯାଇଥିଲା ବେଳେ ମେଡିକାଲକୁ ୨ଟି ଆମ୍ଵୁଲାନ୍ସ ଦିଆଯିବ। ଏହାସହ କୋରାପୁଟ ମେଡିକାଲ କେଲଜର ବେଡ୍‌ ସଂଖ୍ୟା ୭୦୦କୁ ବୃଦ୍ଧି କରାଯାଇଛି ଓ ମେଡିକାଲକୁ ୫ଟି ଆମ୍ଵୁଲାନ୍ସ, ୩ଟି ମହାପ୍ରୟାଣ ଦିଆଯିବ ବୋଲି ଘୋଷଣା ହୋଇଛି।

Comment