ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠାରୁ ଜମ୍ମୁ କଶ୍ମୀରରେ ପୋଷ୍ଟପେଡ୍‌ ମୋବାଇଲ ସେବା ଆରମ୍ଭ ହୋଇଛି। ଆଜିଠାରୁ ପୋଷ୍ଟପେଡ ମୋବାଇଲ ସେବା ଆରମ୍ଭ ହୋଇଥିଲେ ମଧ୍ୟ ପ୍ରି ପେଡ୍‌ ମୋବାଇଲ ଓ ଇଣ୍ଟରନେଟ ସେବା ଉପରେ କଟକଣା ଜାରି ରହିବ।

ଏଥିସହିତ ମୋବାଇଲରେ ଗୁଜବ ସୃଷ୍ଟି କରୁଥିବା ଉପଭୋକ୍ତାଙ୍କ ଉପରେ କଡ଼ା ନଜର ରଖାଯିବ। ଜମ୍ମୁ କଶ୍ମୀରରେ ବର୍ତ୍ତମାନ ୭୦ ଲକ୍ଷ ମୋବାଇଲ ଉପଭୋକ୍ତା ଅଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ଲକ୍ଷ ଉପଭୋକ୍ତା ପୋଷ୍ଟ ପେଢ ମୋବାଇଲ ସେବା ବ୍ୟବହାର କରୁଛନ୍ତି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପୂର୍ବରୁ ଅଗଷ୍ଟ ୫ରେ ମୋବାଇଲ ସେବାକୁ ବନ୍ଦ କରିଦିଆ ଯାଇଥିଲା

Comment