ଓଡ଼ିଶାଲାଇଭ୍‌ ବ୍ୟୁରୋ

ନନ୍ଦନକାନନରେ ଧଳା ମହାବଳ ବାଘ ଶୁଭ୍ରାଂଶୁର ମଙ୍ଗଳବାର ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ୧୦ଟା ୧୮ରେ ଶୁଭ୍ରାଂଶୁର ମୃତ୍ୟ ହୋଇଥିବା ଜଣାପଡ଼ିଛି। ଶୁଭ୍ରାଂଶୁର ମୃତ୍ୟୁ ନେଇ ନନ୍ଦନକାନନ ଉପମହାନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ସୂଚନା ଦେଇଛନ୍ତି।

ଦୀର୍ଘଦିନରୁ ଶୁଭ୍ରାଂଶୁ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲା। ଗତ ମାସେ ହେବ ତା’ର ଚିକିତ୍ସା ଚାଲିଥିଲା। ଶନିବାର ଦିନ ହଠାତ୍‌ ପଡ଼ିଯିବାରୁ ଶୁଭ୍ରାଂଶୁ ଖାଇବା ପିଇବା ବନ୍ଦ କରି ଦେଇଥିଲା। ଓୟୁଏଟି ବିଶେଷଜ୍ଞଙ୍କ ଦ୍ୱାରା ଶୁଭ୍ରାଂଶୁର ଚିକିତ୍ସା ହେଉଥିଲା।

ଶୁଭ୍ରାଂଶୁର ମୃତ୍ୟୁ ପରେ ନନ୍ଦନକାନନରେ ବାଘଙ୍କ ସଂଖ୍ୟା ୨୬ରୁ ୨୫କୁ ଖସି ଆସିଛି।

Comment