ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରୁ ନୟାଗଡ଼କୁ ଆଜି ସେବା ଏକ୍ସପ୍ରେସ୍‌ ଟ୍ରେନ୍ ଉଦ୍‌ଘାଟନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ରେଳମନ୍ତ୍ରୀ ପିୟୂଷ ଗୋଏଲ ଭିଡିଓ କନଫରେନ୍ସିଂ ଜରିଆରେ ଟ୍ରେନର ଶୁଭାରମ୍ଭ କରିଛନ୍ତି।

ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ। ଏହାକୁ ଆଜି ଶୁଭାରମ୍ଭ କଲେ ରେଳମନ୍ତ୍ରୀ ପିୟୁଷ ଗୋଏଲ। ମଙ୍ଗଳବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି।

ଏହାଫଳରେ ଭୁବନେଶ୍ୱରରୁ ନୟାଗଡ଼କୁ ପ୍ରଥମ କରି ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଆଜି ରେଳମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡକ୍ଟର ହର୍ଷବର୍ଦ୍ଧନ ସବୁଜ ପତାକା ଦେଖାଇ ଏହି ଟ୍ରେନ ଚଳାଚଳକୁ ଶୁଭାରମ୍ଭ କରିଛନ୍ତି।

 ସେବା ସର୍ଭିସର ଅର୍ଥ ହେଉଛି ଛୋଟ ଛୋଟ ସହର ଓ ଗୁରୁତ୍ୱପୂର୍ଣ୍ଣ ସହର ଭିତରେ ରେଳ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରିବା।

ଟ୍ରେନ୍‌ ନମ୍ବର ୧୮୪୨୩ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୬ଟା ୪୦ ମିନିଟ୍‌ରେ ଛାଡ଼ି ନୟାଗଡ଼ ଟାଉନ୍‌ରେ ରାତି ୮.୪୫ ମିନିଟ୍‌ରେ ପହଞ୍ଚିବ। ସେହିଭଳି ନୟାଗଡ଼ରୁ ଟ୍ରେନ ନମ୍ବର ୧୮୪୨୪ ସକାଳ ୬ଟା ୩୦ରେ ଛାଡ଼ି ଭୁବନେଶ୍ୱରରେ ୯ଟାରେ ପହଞ୍ଚିବ। ଟ୍ରେନଟି ଛଅଟି ସ୍ଥାନରେ ଅଟକିବ। ସେଗୁଡ଼ିକ ହେଲା ଭୁବନେଶ୍ୱର ଷ୍ଟେସନ, ଖୋର୍ଦ୍ଧା ରୋଡ଼ ଜଙ୍କସନ, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା, ବୋଲଗଡ଼ ରୋଡ୍‌ ଓ ନୟାଗଡ଼।

Comment