ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଣି ଏକ ନୂଆ ରେଳ ଜୋନକୁ ମଞ୍ଜୁରି ଦେଇଛି କେନ୍ଦ୍ର ରେଳ ମନ୍ତ୍ରାଳୟ। ନୂଆ ରେଳ ଜୋନର ନାଁ ରହିବ ଦକ୍ଷିଣ ତଟ ରେଳପଥ। ବିଶାଖାପାଟଣାରେ ରହିବ ଏହାର ମୁଖ୍ୟ କାର୍ଯ୍ୟାଳୟ।

ଦକ୍ଷିଣ ତଟ ରେଳପଥ ଅଧିନରେ ରହିବ ଆନ୍ଧ୍ରପଦେଶର ଗୁଣ୍ଟକଲ, ଗୁଣ୍ଟୁର ଏବଂ ବିଜୟୱାଡା ଡିଭିଜନ।

ୱାଲିଟିୟର ଜୋନ ଦୁଇ ଭାଗ ହୋଇ ଦୁଇଟି ଜୋନରେ ରହିବେ। ଦକ୍ଷିଣତଟ ରେଳପଥରେ ୱାଲିଟିୟର ଡିଭିଜନରେ ଗୋଟିଏ ଜୋନ ରହିବ। ଅନ୍ୟ ଜୋନଟି ନୂଆ ଡିଭିଜନରେ ପରିଣତ ହେବ। ପୂର୍ବତଟ ରେଳପଥ ଅଧିନରେ ରାୟଗଡ଼ାରେ ରହିବ ଏହାର ମୁଖ୍ୟାଳୟ।

ହାଇଦ୍ରାବାଦ, ସିକନ୍ଦରାବାଦ ଏବଂ ନାନ୍ଦେଡ ଡିଭିଜନକୁ ନେଇ ସାଉଥ୍ ସେଣ୍ଟ୍ରାଲ ରେଲୱେ ହେବ।

Comment