ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶର ମଥୁରା ରେଲୱେ ଷ୍ଟେସନ କୌଣସି ଫାଇଭ ଷ୍ଟାର ହୋଟେଲଠାରୁ ବି କମ୍ ନୁହେଁ। ଭାରତୀୟ ରେଳ ବିଭାଗ ପକ୍ଷରୁ ମଥୁରା ଜଙ୍କସନକୁ ଆକର୍ଷଣୀୟ ରୂପ ଦିଆଯାଇଛି। ୨୦୧୯ ଫେବ୍ରୁଆରି ଶେଷ ସୁଦ୍ଧା ୬୮ଟି ରେଲୱେ ଷ୍ଟେସନର ପୁନଃନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ରେଳ ବିଭାଗ।

ଏହାଛଡ଼ା ଜୟପୁର ଜଙ୍କସନ, ତିରୁପତି, ହରିଦ୍ୱାର ଏବଂ ଦିଲ୍ଲୀ ରେଳ ଷ୍ଟେସନର ବି ପୁନଃନିର୍ମାଣ କାମ ଜାରି ରହିଛି।

ମଥୁରା ଜଙ୍କସନ ରେଲୱେ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଦୁଇ ଦୁଇଟି ପ୍ରବେଶ ଏବଂ ପ୍ରସ୍ଥାନ ଗୃହ ନିର୍ମିତ ହୋଇଛି। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏହି ପଦକ୍ଷେପ ନେଇଛି। ବୁକିଂ ହଲ୍, ରେଳ ଷ୍ଟେସନର ଭିଆଇପି ହଲକୁ ନୂଆ କରି ନିର୍ମାଣ କରାଯାଇଛି।

ବୁକିଂ ହଲ ଏବଂ ଭିଆଇପି ରୁମ ଏବେ ଯାତ୍ରୀଙ୍କ ପାଇଁ ଅଧିକ ସୁବିଧାଜନକ ହେବ। ନୂଆ ଘରର ବାହାର ପାର୍ଶ୍ୱରେ ବ୍ରଜ ସଂସ୍କୃତିର ଝଲକ ଦେଖିବାକୁ ମିଳୁଛି।  ଷ୍ଟେସନ ପରିସରରେ ଥିବା ନୂଆ ଆକୃତିଗୁଡ଼ିକୁ ଦେଖି ଯାତ୍ରୀମାନେ ଆଚମ୍ବିତ ହେଉଛନ୍ତି। ରେଳମନ୍ତ୍ରୀ ପୀୟୂଷ ଗୋୟଲ ମଧ୍ୟ ଟ୍ୱିଟର ଆକାଉଣ୍ଟରେ ମଥୁରା ଷ୍ଟେସନର ନୂଆ ରୂପରେଖକୁ ଭିଡିଓରେ ସେୟାର କରିଛନ୍ତି।

Comment