ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭବାନୀପାଟଣା: ଏଲ୍‌ ଆଣ୍ଡ ଟି ଫାଇନାନ୍ସିଆଲ ସର୍ଭିସ କମ୍ପାନି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମହିଳାମାନଙ୍କୁ ଆର୍ଥିକ ସ୍ୱାବାଲମ୍ବୀ ହେବା ପାଇଁ ଗୋଷ୍ଠୀ ଋଣ ପ୍ରଦାନ କରିଥିଲେ। କମ୍ପାନିର ନିୟମ ଅନୁଯାୟୀ, ଋଣ ପରିଷଶାଧ କରିବା ବଦଳରେ କିଛି ଅସାଧୁ ମହିଳା ଋଣ ପାଙ୍କିବାକୁ ଉଦ୍ୟମ କରିଥିଲେ। ଦୀର୍ଘଦିନ ଧରି ବକେୟା ଋଣ ନଶୁଝି ଅଯଥା ଗଣ୍ଡଗୋଳ ଓ ଯୁକ୍ତତର୍କ କରୁଥିଲେ।

ଫଳରେ କମ୍ପାନି ମୁଖ୍ୟ ଶାଖା କଲିକତା କର୍ତ୍ତୃପକ୍ଷ ଅଦାଲତର ଆଶ୍ରୟ ନେଇ ଋଣ ଫାଙ୍କି ଆସୁଥିବା ମହିଳାଙ୍କ ବିରୋଧରେ ମାମଲା ଋଜୁ କରିଥିଲେ। କଲିକତା କୋର୍ଟରୁ ମାମଲା ରୁଜୁ କରି ସମନ ଦିଆଯାଇଥିଲା। କିନ୍ତୁ ସେମାନେ କୋର୍ଟର ସମନ ନିର୍ଦ୍ଦେଶକୁ ଅବମାନନା କରିବାରୁ ଶେଷରେ ଅଦାଲତ ପକ୍ଷରୁ ୱାରେଣ୍ଟ ପଠାଯାଇଥିଲା।

ଏହି ୱାରେଣ୍ଟ ବଳରେ ମଙ୍ଗଳବାର ସଦର ପୋଲିସ ଭବାନୀପାଟଣା ନିକଟସ୍ଥ ଲକ୍ଷ୍ମୀପୁର ଗାଁର ୪ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଲକ୍ଷ୍ମୀପୁର ଗାଁର ସୀତା ନାଏକ, ଗୌରୀ ମାଝି, ବାସନ୍ତି ନାଏକ ଏବଂ ସ୍ୱର୍ଣ୍ଣଲତା ନାଏକ।

ସୀତା ନାଏକ ୪୪ ହଜାର ଟଙ୍କା ନେଇ କିଛି ଶୁଝିଥିବା ବେଳେ ଆଉ ୩୦ ହଜାର ୧୨୪ ଟଙ୍କା ବାକି ରହିଛି। ସେହିପରି ଗୌରୀ ମାଝି, ବାସନ୍ତି ନାଏକ ଏବଂ ସ୍ୱର୍ଣ୍ଣଲତା ନାଏକ ୩୦ ହଜାର ଲେଖାଏଁ ଟଙ୍କା ନେଇ ସେଥିରୁ ୨୦ ହଜାର ୫୭୭ ଟଙ୍କା ବାକି ରଖିଛନ୍ତି।

ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ବେଲ୍‌କୁ ନାମଞ୍ଜୁର କରି କଲିକତା କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ସେମାନଙ୍କୁ ଭବନୀପାଟଣା ଜେଲ୍‌କୁ ଯିବାକୁ ପଡ଼ିଛି।

Comment