ଓଡ଼ିଶାଲାଇଭ ବ୍ୟୁରୋ

ସ୍କୁଲରେ ପରିସରରେ ଗଛ ଡାଳ ପଡ଼ି ଛାତ୍ରଙ୍କ ମୃତ୍ୟୁ। ଏଭଳି ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ନୋଡାଲ ହାଇସ୍କୁଲରେ। ଛାତ୍ର ଜଣକ ଦ୍ଵିତୀୟ ଶ୍ରେଣୀରେ ପଢୁଥିଲେ। ତାଙ୍କ ନାଁ ରିତେଶ ପ୍ରଧାନ।

ବାତ୍ୟା ଫନି ସମୟରୁ ଏକ ଗଛର ବିରାଟ ଡାଳ ଭାଙ୍ଗି ଗଛରେ ଝୁଲି ରହିଥିଲା। ଖେଳଛୁଟି ବେଳେ ପିଲାମାନେ ଖେଳୁଥିବା ବେଳେ ହଠାତ୍‌ ଡାଳଟି ରିତେଶ ଉପରେ ଖସି ପଡ଼ିଥିଲା। ସଙ୍ଗେ ସଙ୍ଗେ ରିତେଶକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେଲା ବେଳେ ମୃତ୍ୟୁ ଘଟିଛି।

ଛାତ୍ର ମୃତ୍ୟୁ ଖବର ପାଇବା ପରେ ଗ୍ରାମବାସୀ ସ୍କୁଲ ଘେରାଉ କରିଛନ୍ତି। ସ୍କୁଲ ପରିସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ। ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଟାଙ୍ଗୀ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

Comment