ଓଡ଼ିଶାଲାଇଭ ବ୍ୟୁରୋ

ସ୍କୁଲ ପରିସରରେ ଗଛ ଡାଳ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ସ୍କୁଲ ପ୍ରଧାନ ଶିକ୍ଷକ ଉଦୟନାଥ ତ୍ରୀପାଠୀଙ୍କୁ ନିଲମ୍ଵନ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଶିକ୍ଷା ଅଧିକାରୀ।

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ହାଇସ୍କୁଲରେ ଆଜି ଘଟିଯାଇଥିଲା ଏକ ଦୁଃଖଦ ଘଟଣା। ବାତ୍ୟା ଫନି ସମୟରୁ ଏକ ଗଛର ବିରାଟ ଡାଳ ଭାଙ୍ଗି ଝୁଲି ରହିଥିଲା। ଖେଳଛୁଟି ବେଳେ ପିଲାମାନେ ଖେଳୁଥିବା ବେଳେ ହଠାତ୍‌ ଡାଳଟି ଦ୍ଵିତୀୟ ଶ୍ରେଣୀର ଛାତ୍ର ରିତେଶ ଉପରେ ଖସି ପଡ଼ିଥିଲା। ସଙ୍ଗେ ସଙ୍ଗେ ରିତେଶକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେଲା ବେଳେ ଘଟିଛି।

ଛାତ୍ର ମୃତ୍ୟୁ ଖବର ପାଇବା ପରେ ଗ୍ରାମବାସୀ ସ୍କୁଲ ଘେରାଉ କରିଥିଲେ। ସ୍କୁଲ ପରିସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ। ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଟାଙ୍ଗୀ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ଏହି ଘଟଣାର ତଦନ୍ତ କରି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Comment