ଓଡ଼ିଶାଲାଇଭ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆଖି ପିଛୁଳାକେ ବାଇକରେ ଆସି ଲୁଟି ନେଲେ ଦୁର୍ବୃତ୍ତ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ବ୍ୟାଙ୍କ କଲୋନୀ ତୃତୀୟ ଗଳିରେ। ଜଣେ ବୃଦ୍ଧାଙ୍କଠୁ ଦୁର୍ବୃତ୍ତ ଦାମି ସୁନା ଚେନ୍‌ ଝାମ୍ପି ଚମ୍ପଟ ମାରିଛନ୍ତି।

ଗୁରୁବାର ସକାଳେ ବ୍ୟାଙ୍କ କଲୋନୀ ଦ୍ୱିତୀୟ ଗଳିରେ ରହୁଥିବା ଜି. ମାଙ୍ଗେୟମା ଫେରୁଥିବା ସମୟରେ ନିଛାଟିଆର ସୁଯୋଗ ପାଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ବେକରୁ ସୁନାଚେନ୍‍ ଝାମ୍ପି ନେଇ ଫେରାର୍‍ ହୋଇଯାଇଥିଲେ। ଘଟଣା ପରେ ପରିବାର ଲୋକେ ଟାଉନ ଥାନାରେ ଚୋରି ସମ୍ପର୍କିତ ଏକ ଲିଖିତ ଆଭିଯୋଗ କରିଛନ୍ତି।

ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୋଲିସ ସ୍ଥାନୀୟ ଅଞ୍ଚଳରୁ ମିଳିଥିବା ସିସିଟିଭି ଫୁଟେଜକୁ ଆଧାର କରି ଅନୁସନ୍ଧାନ ଚଳାଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Comment