ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିପିଲି ପୋଲିସକୁ ବଡ଼ ସଫଳତା। ପୋଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ୍‌ ଭାଗୁ ଗୁରୁତର ଭାବେ ଆହତ ହୋଇଛି। ଭାଗୁ ନାଁରେ ଅନେକ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି।

ପୋଲିସ ଏନ୍‌କାଉଣ୍ଟରରେ ଭାଗୁର ବାମ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାକୁ ପିଲିଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏନ୍‌କାଉଣ୍ଟରସ୍ଥଳରୁ ପୋଲିସ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଅଫୁଟା ଗୁଳି ଓ ଏକ ବାଇକ୍‌ ଜବତ କରାଯାଇଛି।

ସୂଚନା ମୂତାବିକ, ଗୁରୁବାର ରାତିରେ ଭାଗୀରଥୀ ନିମାପଡ଼ାରୁ ଫେରୁଥିବା ଖବର ପୋଲିସ ଜାଣିବା ପରେ ତାକୁ ଧରିବା ପାଇଁ ଜାଲ ବିଛାଯାଇଥିଲା। ପିପିଲି-ନିମାପଡ଼ା ଓଭରବ୍ରିଜରେ ପୋଲିସ ଭାଗୁକୁ ଧରିବା ପାଇଁ ଚେଷ୍ଟା କରିବା ବେଳେ ଭାଗୁ ପୋଲିସ ଉପରକୁ ଗୁଳି ଚଳାଇଥିଲା। ତେବେ ପୋଲିସର ପାଲଟା ଜବାବରେ ଭାଗୁ ଗୁରୁତର ଭାବେ ଆହତ ହୋଇଛି।

Comment