ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ହୁୱାଇ ଲଞ୍ଚ୍‌ କଲା ଏକ ନୂଆ ସ୍ମାର୍ଟଫୋନ୍‌ Huawei Enjoy 10। ଏହାକୁ ଚୀନ୍‌ରେ ଲଞ୍ଚ୍‌ କରାଯାଇଛି। ଏହି ସ୍ମାର୍ଟଫୋନ୍‌ର ଖାସ୍‌ କଥା ହେଉଛି, ଏଥିରେ ୪୮ ମେଗାପିକ୍ସେଲର ରିୟର କ୍ୟାମେରା ଦିଆଯାଇଛି। ସେହିପରି ଫ୍ରଣ୍ଟରେ ପଞ୍ଚ୍‌ ହୋଲ୍‌ ସହ ୮ ମେଗାପିକ୍ସେଲ ସେଲ୍‌ଫି କ୍ୟାମେରା ଦିଆଯାଇଛି।

ଏହି ସ୍ମାର୍ଟଫୋନ୍‌କୁ ୩ଟି ମେମୋରୀ ଭାରିଏଣ୍ଟ ଏବଂ ୪ଟି କଲର ଭାରିଏଣ୍ଟ ସହ ଲଞ୍ଚ୍‌ କରାଯାଇଛି। 4GB + 64GB ମେମୋରୀ ଭାରିଏଣ୍ଟର ମୂଲ୍ୟ ଭାରତୀୟ ମୁଦ୍ରା ଅନୁଯାୟୀ ୧୨ ହଜାର ଟଙ୍କା ଥିବା ବେଳେ 4GB + 128GB ଓ 6GB + 64GB ଭାରିଏଣ୍ଟର ମୂଲ୍ୟ ୧୪ ହଜାର ଟଙ୍କା ରହିଛି। କହିବାକୁ ଗଲେ, କମ୍ପାନ ପକ୍ଷରୁ ଏହା ଏକ ବଜେଟ୍‌ ସ୍ମାର୍ଟଫୋନ।

ଆସନ୍ତା ନଭେମ୍ବର ୧ରୁ Huawei Enjoy 10 ସ୍ମାର୍ଟଫୋନ୍‌ର ବିକ୍ରି ଆରମ୍ଭ ହେବ। କମ୍ପାନି ପକ୍ଷରୁ ଏହି ସ୍ମାର୍ଟଫୋନ୍‌ରେ ଇନ୍‌ ହାଉସ୍‌ Kirin 710F ପ୍ରୋସେସର ଦିଆଯାଇଛି।

Huawei Enjoy 10 ସ୍ପେସିଫିକେସନ

  • ଆଣ୍ଡ୍ରଏଡ୍‌ ପାଇ ୯ ଭର୍ସନ ଅପରେଟିଂ ସିଷ୍ଟମ
  • ୬.୩୯ ଏଚ୍‌ଡି ପ୍ଲସ୍‌ ଡିସପ୍ଲେ
  • ଅକ୍ଟାକୋର ଇନ୍‌ ହାଉସ୍‌ Kirin 710F ପ୍ରୋସେସର
  • ୪୮ ମେଗାପିକ୍ସେଲ ରିୟର କ୍ୟାମେରା
  • ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା
  • ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ
  • ଫାଷ୍ଟ ଚାର୍ଜିଂ ସପୋର୍ଟ ନାହିଁ
  • ଫିଙ୍ଗରପ୍ରିଣ୍ଟ ସେନ୍ସର ନାହିଁ

Comment