ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜିଓ ତା’ର ଗ୍ରାହକମାନଙ୍କ ପାଇଁ ତିନୋଟି ନୂଆ ପ୍ଲାନ ଘୋଷଣା କରିଛି। ଏହି ତିନୋଟି ନୂଆ ପ୍ଲାନରେ ଗ୍ରାହକମାନେ ଯେକୌଣସି ନମ୍ବରକୁ ମାଗଣା କଲ କରିପାରିବା ସହ ଡାଟା ବାଲାନ୍ସ ମଧ୍ୟ ପାଇପାରିବେ।

ଜିଓର ଏହି ତିନୋଟି ପ୍ଲାନ ଭିନ୍ନ ଭିନ୍ନ ପ୍ରକାରର ଅଛି।  ୨୨୨ଟଙ୍କାର ଗୋଟିଏ ପ୍ଲାନରେ ଗ୍ରାହକମାନେ ଗୋଟିଏ ମାସ ପାଇଁ ପ୍ରତିଦିନ ୨ଜିବି ଡାଟା ପ୍ୟାକ୍ ସହ ଅନ୍ୟ ନେଟୱାର୍କକୁ ୧୦୦୦ମିନିଟର ମାଗଣା କଲ କରିପାରିବେ।

ସେହିପରି ୩୩୩ଟଙ୍କାର ଏକ ପ୍ଲାନରେ ଗ୍ରାହକ ୨ମାସ ପାଇଁ ପ୍ରତିଦିନ ୨ ଜିବି ଡାଟା ସହ ଅନ୍ୟ ନେଟୱାର୍କକୁ ପ୍ରତି ମାସରେ ୧୦୦୦ ମିନିଟର ମାଗଣା କଲ କରିପାରିବେ।

୩ ମାସର ପ୍ୟାକ୍ ପାଇଁ ଜିଓ ଗ୍ରାହକଙ୍କୁ ୪୪୪ ଟଙ୍କା ଦେବାକୁ ପଡ଼ିବ। ଏହି ପ୍ଲାନରେ ଗ୍ରାହକ ପ୍ରତିଦିନ ୨ ଜିବି ଡାଟା ପାଇବା ସହ ପ୍ରତିମାସରେ ୧୦୦୦ ମିନିଟର ମାଗଣା କଲ୍ ପାଇପାରିବେ।

ଏହି ତିନୋଟି ପ୍ଲାନରେ ରହି ପୂର୍ବଭଳି ଗ୍ରାହକମାନେ ଜିଓ ରୁ ଜିଓ ନେଟୱାର୍କକୁ ମାଗଣା କଲ୍ କରିପାରିବେ।

1 COMMENT

Comment