ଓଡ଼ିଶାଲାଇଭ୍‌ ବ୍ୟୁରୋ

୯ ବର୍ଷର ଲମ୍ବା ବ୍ୟବଧାନ ପରେ ପୁଣି ଥରେ ପରଦାରେ ଏକାଠି ହେବେ ଆକ୍ସନ୍ ହିରୋ ଅକ୍ଷୟ କୁମାର ଆଉ କାଟ୍ରିନା କୈଫ୍। ନିର୍ମାତା-ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀଙ୍କର ଆଗାମୀ ଫିଲ୍ମ “ସୂର୍ଯ୍ୟବଂଶୀ”ରେ ଦୁହେଁ ଏକାଠି ଦେଖାଦେବେ। ଅକ୍ଷୟଙ୍କ ବିପକ୍ଷରେ ନାୟିକା ସାଜିବେ ଗ୍ଲାମରସ୍ କାଟ୍ରିନା। କାଟ୍ରିନାଙ୍କ ଏହା ପ୍ରଥମ ରୋହିତ୍ ସେଟ୍ଟୀ ବ୍ୟାନର୍ ଫିଲ୍ମ।

ଏହାପୂର୍ବରୁ ୨୦୧୦ରେ ‘ତିସ୍‌ ମାର୍‌ଖାଁ’ ଫିଲ୍ମରେ ଶେଷ ଥର ପାଇଁ ସ୍କ୍ରିନ୍ ସେୟାର୍ କରିଥିଲେ ଅକ୍ଷୟ ଓ କାଟ୍ରିନା। ଅକ୍ଷୟଙ୍କ ସହିତ ‘ନମସ୍ତେ ଲଣ୍ଡନ୍’, ‘ସିଙ୍ଗ୍ ଇଜ୍ କିଙ୍ଗ୍’, ‘ହମ୍‌କୋ ଦିଓ୍ୱାନା କର୍‌ଗଏ’, ‘ଓ୍ୱେଲକମ୍’ ଭଳି ଜବର୍‌ଦସ୍ତ କମେଡ଼ି ଆଉ ରୋମାଣ୍ଟିକ୍ ଫିଲ୍ମରେ କାମ କରିଛନ୍ତି କାଟ୍ରିନା।

‘ସୂର୍ଯ୍ୟବଂଶୀ’ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ନିଜେ ରୋହିତ  ନେବେ। ‘ସିଂଘମ୍’ ଆଉ ‘ସିମ୍ବା’ ପରେ ଏହା ରୋହିତ ସେଟ୍ଟୀଙ୍କର ତୃତୀୟ ପୋଲିସ୍ ଡ୍ରାମା ଆକ୍ସନ୍ ଫିଲ୍ମ ହେବ।

ରୋହିତ ସେଟ୍ଟୀ ଓ କରନ୍ ଜୋହର୍‌ଙ୍କ ଘରୋଇ ପ୍ରଡକ୍ସନ୍ ହାଉସ୍ ରୋହିତ୍ ସେଟ୍ଟୀ ପିକ୍ଚର୍ଜ ଏବଂ ଧର୍ମା ପ୍ରୋଡକ୍ସନ୍ସ୍ ‘ସୂର୍ଯ୍ୟବଂଶୀ’ର ମିଳିତ ନିର୍ମାତା ରହିବେ।

ଅକ୍ଷୟଙ୍କ ବ୍ୟତୀତ ‘ସିଂଘମ୍’ ଆଉ ‘ସିମ୍ବା’ ଷ୍ଟାର୍ ରଣବୀର ସିଂ ଏବଂ ଅଜୟ ଦେବଗନ ବି ‘ସୂର୍ଯ୍ୟବଂଶୀ’ରେ ନିଜ ଅଭିନୟ ଯାଦୁ ଦେଖାଇବେ। ଏମାନଙ୍କ ବ୍ୟତୀତ ଗୁଲସନ୍ ଗ୍ରୋଭର୍, ନୀନା ଗୁପ୍ତା, ଅଭିମନ୍ୟୁ ସିଂ ପ୍ରମୁଖଙ୍କୁ ଫିଲ୍ମରେ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

Comment