ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ କେବେ ରିଲିଜ ହେବ? ଏହାକୁ ନେଇ ଦର୍ଶକଙ୍କ ମନରେ ବେଶ୍‌ ଉତ୍କଣ୍ଠା ରହିଥିଲା। ଏବେ କିନ୍ତୁ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି। ଖିଲାଡି କୁମାର ଅକ୍ଷୟ ଓ କ୍ୟାଟ୍ରିନାଙ୍କ ଅଭିନୀତ ଏହି ଫିଲ୍ମ ଏପ୍ରିଲ ୨ରେ ରିଲିଜ ହେବ ବୋଲି ଜଣାପଡ଼ିଛି।

ପୂର୍ବରୁ ଫିଲ୍ମର ଟ୍ରେଲରରେ ଖିଲାଡ଼ି କୁମାର ଅକ୍ଷୟଙ୍କୁ ପୋଲିସ ଅଫିସର ଭାବେ ଦେଖିବାକୁ ମିଳିଛି। ଟ୍ରେଲରକୁ ଦର୍ଶକ ମଧ୍ୟ ଭଲ ରେସପନ୍ସ ଦେଇଥିଲେ। ସବୁଠୁ ଖାସ କଥା ଟ୍ରେଲର ଦେଖି ଦର୍ଶକ ଫିଲ୍ମକୁ ବ୍ଲକବଷ୍ଟର ବୋଲି କହିଥିଲେ।

ଏଥିରେ ଅକ୍ଷୟଙ୍କ ସହିତ କ୍ୟାଟ୍ରିନା କୈଫ୍‌, ‘ସିମ୍ବା’ ରଣବୀର ସିଂହ ଓ ‘ସିଙ୍ଘମ’ ଅଜୟ ଦେବଗନଙ୍କୁ ମଧ୍ୟ ଦେଖିବେ ଦର୍ଶକ। ୪ ମିନିଟର ଏହି ଟ୍ରେଲରରେ ଅକ୍ଷୟଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଅକ୍ଷୟଙ୍କ ବିଭିନ୍ନ ଖତରନାକ ଷ୍ଟଣ୍ଟ ରହିଥିଲା ବେଳେ ରଣବୀର ସିଂ ଓ ଅଜୟ ଦେବଗନଙ୍କ ବି ଜବରଦସ୍ତ ଏଣ୍ଟଅି ରହିଛି।

ଏଥିସହିତ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଓ ଆତଙ୍କବାଦୀଙ୍କ ସହ ପୋଲିସର ସଂଘର୍ଷକୁ ଦେଖାଯାଇଛି। ଫିଲ୍ମରେ କ୍ୟାଟ୍ରିନାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ‘ସିଙ୍ଘମ’ ଓ ‘ସିମ୍ବା’ ପରେ ରୋହିତ ସେଟ୍ଟୀଙ୍କ ଏହା ତୃତୀୟ ଫିଲ୍ମ ଯାହା ପୋଲିସ ବିଭାଗକୁ ନେଇ ନିର୍ମାଣ ହୋଇଛି। ଫିଲ୍ମଟି ମାର୍ଚ୍ଚ୨୪ରେ ରିଲିଜ ହେବ।

ଫିଲ୍ମଟି ୨୦୨୦ରେ ରିଲିଜ ହେବାର ଥିଲା। କିନ୍ତୁ କରୋନା ଯୋଗୁଁ ଦୁଇ ଦୁଇ ଥର ଏହାର ରିଲିଜକୁ ସ୍ଥଗିତ କରାଯାଇଥିଲା।

Comment