ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ନୂଆ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ସଡ଼କ ସୁରକ୍ଷାକୁ ନେଇ ବିଭିନ୍ନ ନିୟମ ପ୍ରଣୟନ କରାଯାଇଛି। ଏହି ଧାରାରେ ଡ୍ରାଇଭିଂ ଲାଇସେନ୍ସକୁ ବି ମୋବାଇଲ୍ ନମ୍ବର ସହ ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ବିଭାଗର ନିର୍ଦ୍ଦେଶ ଅନୁସାରେ ଏହି ନୂଆ ନିୟମ ଲାଗୁ ହୋଇଛି।

ଫଳରେ କୌଣସି ପ୍ରକାର ଦୁର୍ଘଟଣା ଘଟିଲେ ଡ୍ରାଇଭରର ଲାଇସେନ୍ସରେ ଲିଙ୍କ୍ ଥିବା ମୋବାଇଲ୍ ନମ୍ବର ସାହାଯ୍ୟରେ ଦୁର୍ଘଟଣାର ସୂଚନା ତାଙ୍କ ପରିବାର ଲୋକଙ୍କୁ ପଠାଇ ହେବ।

ବର୍ତ୍ତମାନ ନୂଆକରି ତିଆରି ହେଉଥିବା ଡ୍ରାଇଭିଂ ଲାଇସେନ୍ସରେ ଆରଟିଓ ବିଭାଗ ମୋବାଇଲ ନମ୍ବର ଲିଙ୍କ୍ କରିଦେଉଥିବା ବେଳେ ପୁରୁଣା ଡ୍ରାଇଭିଂ ଲାଇସେନ୍ସରେ ଲୋକମାନେ ଘରେ ବସି ଅନ୍‌ଲାଇନ ଜରିଆରେ ନିଜ ମୋବାଇଲ୍ ନମ୍ବରକୁ ଲିଙ୍କ୍ କରିପାରିବେ।

ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ଏହି ନିୟମ ଉତ୍ତରପ୍ରଦେଶରେ ଲାଗୁ ହେଉଥିବା ବେଳେ ଏହାକୁ ଅତିଶୀଘ୍ର ସାରାଦେଶରେ ଲାଗୁ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comment