ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗହମ, ବାର୍ଲି, ସୋରିଷ, ଚଣା, ମସୁରର ବଢ଼ିଲା ଏମ୍‌ଏସ୍‌ପି
  • ଗହମ ଓ ବାର୍ଲି କୁଇଣ୍ଟାଲ ପିଛା ବଢ଼ିଲା ୮୫ ଟଙ୍କା
  • ସୋରିଷ ବଢ଼ିଲା ୨୨୫ ଟଙ୍କା
  • ମସୁର ୩୨୫ ଟଙ୍କା

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ବିଭିନ୍ନ ରାଜ୍ୟ ଦାବି କରି ଆସୁଥିଲେ। କିନ୍ତୁ କେନ୍ଦ୍ର ସରକାର ଧାନ ମୂଲ୍ୟ ବୃଦ୍ଧି କରି ନାହାନ୍ତି। ଫଳରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବି କରୁଥିବା ରାଜ୍ୟମାନେ ନିରାଶ ହୋଇଛନ୍ତି।

ଆଜି କେନ୍ଦ୍ର କ୍ୟାବିନେଟ୍‌ରେ ଅନ୍ୟ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି। କିନ୍ତୁ ଧାନ ମୂଲ୍ୟ ବୃଦ୍ଧି ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇ ନାହାନ୍ତି।

କେନ୍ଦ୍ର ସରକାର ଗହମ, ବାର୍ଲି, ସୋରିଷ, ଚଣା, ମସୁରର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି।

ଗହମର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୮୫ ଟଙ୍କା ବଢ଼ିଛି। ଏବେ ଗହମ କୁଇଣ୍ଟାଲ ହେଲା ୧୯୨୫ ଟଙ୍କା। ସେହିପରି ବାର୍ଲିରେ ୮୫ ଟଙ୍କା ବଢ଼ିଥିବା ବେଳେ ସୋରିଷ କୁଇଣ୍ଟାଲ ୨୨୫ ଟଙ୍କା ବଢ଼ିଛି।

ଚଣା କୁଇଣ୍ଟାଲ ୨୫୫ ଟଙ୍କା ବଢ଼ିଥିବା ବେଳେ ମସୁର କୁଇଣ୍ଟାଲ ପିଛା ୩୨୫ ଟଙ୍କା ବଢ଼ିଛି।

Comment