ଓଡ଼ିଶାଲାଇଭ୍ ବ୍ୟୁରୋ

ଯଦି ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସର ସମୟ ସୀମା ଶେଷ ହେବାକୁ ଯାଉଛି। ଏବଂ ଆପଣ ଏହାକୁ ରିନ୍ୟୁ ବା ନବୀକରଣ କରିନାହାନ୍ତି। ତେବେ ଜଲଦି ଏହାକୁ ରିନ୍ୟୁ କରାଇ ନିଅନ୍ତୁ। ନଚେତ୍ ଆପଣଙ୍କୁ ପୁଣିଥରେ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ।

ଦେଶରେ ନୂଆ ସଡ଼କ ସୁରକ୍ଷା ଆଇନ୍ ଲାଗୁ ହେବା ପରେ ନୂଆ ନୂଆ ନିୟମ ଲାଗୁ ହେଉଛି। ବର୍ତ୍ତମାନ ନିୟମ ଅନୁସାରେ ଆପଣଙ୍କ ପାଖରେ ଥିବା ଡ୍ରାଇଭିଂ ଲାଇସେନ୍ସର କାର୍ଯ୍ୟକାଳ ଶେଷ ହୋଇଯାଇଛି, ଏବଂ ଆପଣ ଗାଡ଼ି ପୁରୁଣା ଲାଇସେନ୍ସରେ ଚଲାଉଛନ୍ତି ତେବେ ଆପଣଙ୍କୁ ୫୦୦ଟଙ୍କା ଫାଇନ୍ ଦେବାକୁ ହେବ।

ଯଦି ଆପଣଙ୍କ କାର୍ଡର ସମୟସୀମୀ ଶେଷ ହୋଇଯାଇଛି। ଏବଂ ୧ବର୍ଷ ମଧ୍ୟରେ ଆପଣ ନିଜର ଡ୍ରାଇଭିଂ ଲାଇସେନ୍ସକୁ ରିନ୍ୟୁ କରିନାହାନ୍ତି ତେବେ ଆପଣଙ୍କୁ ପୁଣିଥରେ ନୂଆ ପକ୍ରିୟା ଦେଇ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବାକୁ ପଡ଼ିବ। ଏହାସହ ଆପଣଙ୍କୁ କମ୍ପ୍ୟୁଟର ପରୀକ୍ଷା ଓ ଡ୍ରାଇଭିଂ ଟେଷ୍ଟ ମଧ୍ୟ ଦେବାକୁ ପଡ଼ିବ।

ତେଣୁ ଆପଣଙ୍କ କାର୍ଡର ସମୟସୀମା ଶେଷ ହେବା ପରେ ଯଥାଶୀଘ୍ର ଏହାକୁ ନବୀକରଣ କରାଇନିଅନ୍ତୁ। ଫଳରେ ଆପଣ ବିନା କୌଣସି ଅସୁବିଧାରେ ଗାଡ଼ି ଚଲାଇପାରିବେ।

Comment