ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଡ଼ି ଚାଳକମାନଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଖବର। ୨ରୁ ୩ଦିନ ମଧ୍ୟରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଡ୍ରାଇଭିଂ ଏବଂ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟ। ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।ଦିନକୁ ମାତ୍ର ୨୦ ଜଣ ଏହି ଡ୍ରାଇଭିଂ ଏବଂ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟରେ ସାମିଲ ହୋଇପାରିବେ। ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ଏହି ସମସ୍ତ ଟେଷ୍ଟ ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।BGUକରୋନା ବ୍ୟାପିବା ପରଠାରୁ ଗତ ମାର୍ଚ୍ଚ ମାସରୁ ରାଜ୍ୟରେ ଡିଏଲ ଏବଂ ଏଲଏଲ ଟେଷ୍ଟକୁ ବନ୍ଦ ରଖାଯାଇଥିଲା। ବର୍ତ୍ତମାନ ଲକଡାଉନ, ସଟଡାଉନ ଆଦି ସବୁ ପ୍ରତ୍ୟାହାର ହେବା ପରେ ଏହି ବ୍ୟବସ୍ଥାକୁ ପୁଣିଥରେ ଆରମ୍ଭ କରିବାକୁ ପରିବହନ କମିସନରଙ୍କୁ ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି।

Comment