ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ଅମରେଶ ନାୟକ ହତ୍ୟାକାଣ୍ଡରେ କମିସନରେଟ୍‌ ପୋଲିସକୁ ସଫଳତା ମିଳଛି। ରାଜ୍ୟ ବାହାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ସେମାନେ ହେଲେ ରାଘବ ଏବଂ ଜଗଦ୍ଦୀଶ। ଏହି ଦୁଇ ଅଭିଯୁକ୍ତଙ୍କୁ ଅଜ୍ଞାତ ସ୍ଥାନରେ ରଖି ପୋଲିସ ପଚରା ଉଚରା କରୁଛି।

ଦୀପାବଳି ରାତିରେ ରାଜଧାନୀ ଭୁବନେଶ୍ୱରର ଏକାମ୍ର ଅଞ୍ଚଳରେ ଫିଲ୍ମ ଷ୍ଟାଇଲ୍‌ରେ ଘଟିଥିଲା ହତ୍ୟାକାଣ୍ଡ। ବାଣଫୁଟାକୁ କେନ୍ଦ୍ର କରି ଉପୁଜିଥିବା ବିବାଦରେ ଅମରେଶ ନାୟକ ନାମକ ଜଣେ ଯୁବକ ବଳି ପଡ଼ିଥିଲେ। ଅମରେଶଙ୍କୁ ୧୦ରୁ ୧୨ ଜଣ ଯୁବକ ପିଟି ପିଟି ହତ୍ୟା କରି ଫେରାର ହୋଇଯାଇଥିଲେ।

ଏହାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଏୟାରଫିଲ୍ଡ ଥାନା ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିବାରୁ କମିସନରେଟ୍‌ ପୋଲିସ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ସ୍ପେଶାଲ ସ୍କ୍ୱାଡ୍‌ ଗଠନ କରିଥିଲା।

Comment