ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି ଜିଓ ରିଚାର୍ଜ କରିଲେ ସେମାନଙ୍କୁ  ମିଳିବ କ୍ୟାସ୍‌ବ୍ୟାକ୍।

ନିକଟରେ ଜିଓ ତାର ଗ୍ରାହକମାନଙ୍କ ପାଇଁ ୨୨୨, ୩୩୩, ୪୪୪ ଏବଂ ୫୫୫ ଟଙ୍କାର ଚାରୋଟି ନୂଆ ଅଲ-ଇନ୍-ୱାନ୍ ଅଫର୍ ଲଞ୍ଚ୍‌ କରିଥିଲା। ତେବେ ଯଦି କୌଣସି ଗ୍ରାହକ ୪୪୪ କିମ୍ବା ୫୫୫ ଟଙ୍କାର ପ୍ଲାନ ରିଚାର୍ଜ କରେ ତେବେ ସେମାନଙ୍କୁ ଯଥାକ୍ରମେ ୪୪ ଓ ୫୫ ଟଙ୍କାର କ୍ୟାସ୍‌ବ୍ୟାକ୍ ମିଳିପାରିବ।

ତେବେ ଏହି ରିଚାର୍ଜ ସେମାନଙ୍କୁ ପେଟିଏମ ଆପ୍ ସାହାଯ୍ୟରେ କରିବାକୁ ପଡ଼ିବ। ଏହା ଦ୍ୱାରା ଆପଣ ୪୪୪ ଟଙ୍କାର ପ୍ଲାନକୁ କେବଳ ୪୦୦ଟଙ୍କାରେ ଓ ୫୫୫ଟଙ୍କା ପ୍ଲାନକୁ କେବଳ ୫୦୦ ଟଙ୍କାରେ ରିଚାର୍ଜ କରିପାରିବେ।

ଏହି ଅଫର ଗ୍ରାହକମାନଙ୍କ ପାଇଁ କେବଳ ୧ ନଭେମ୍ବରରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଅଛି। ଏହି ସମୟ ମଧ୍ୟରେ ସେମାନେ ରିଚାର୍ଜ କଲେ ସେମାନଙ୍କୁ ଏହି କ୍ୟାସ୍‌ବ୍ୟାକ୍ ମିଳିପାରିବ।

କେମିତି କରିବେ ରିଚାର୍ଜ

ରିଚାର୍ଜ ପାଇଁ ଆପଣ ପେଟିଏମ୍ ଆପ୍‌କୁ ଯାଇ ରିଚାର୍ଜ ଅପସନରେ କ୍ଲିକ୍ କରନ୍ତୁ। ଏହାପରେ ୪୪୪ କିମ୍ବା ୫୫୫ ଟଙ୍କା ଯେକୌଣସି ଗୋଟିଏ ପ୍ଲାନକୁ ବାଛନ୍ତୁ। ଏହାପରେ ପେଟିଏମ୍‌ ପ୍ରମୋକୋଡ୍‌ରେ ‘SHUBHP44/SHUBHP55′ ଟାଇପ୍ କରନ୍ତୁ। ଏହାପରେ ଆପଣ ରିଚାର୍ଜ କଲେ ଆପଣଙ୍କ ଆକାଉଣ୍ଟକୁ ଆପଣଙ୍କ କ୍ୟାସ୍‌ବ୍ୟାକ୍ ଚାଲିଆସିବ।

Comment