ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାରେ ମଳତ୍ୟାଗ କରୁଥିବା ୨୪ ପରିବାରକୁ ରାସନ୍‌ ବନ୍ଦ କଲେ ସରପଞ୍ଚ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗୌତମୀ ପଞ୍ଚାୟତରେ।

ଏହି ପଞ୍ଚାୟତରେ ଅକ୍ଟେବାର ୨୦ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଯେଉଁମାନଙ୍କ ପାଖେ ଟଏଲେଟ୍‌ ବା ପାଇଖାନା ନାହିଁ, ସେମାନେ ତୁରନ୍ତ ଆବେଦନ କରନ୍ତୁ। ଆଉ ଯେଉଁ ପରିବାରର ଲୋକେ ବାହାରେ ମଳତ୍ୟାଗ କରିବେ, ସେମାନଙ୍କ ରାସନ୍‌ ବନ୍ଦ କରିଦିଆ ଯିବ ବୋଲି କଟକଣା ଜାରି ହୋଇଥିଲା।

ହେଲେ ପାଇଖାନା ନ କରି ବାହାରେ ମଳତ୍ୟାଗ କରୁଥିବା ଜଣାପଡ଼ିବାରୁ ୨୪ ପରିବାରକୁ ରାସନରୁ ବଞ୍ଚିତ ହେବାକୁ ପଡ଼ିଛି। ବାହାରେ ମଳତ୍ୟାଗ ନ କରି ସ୍ୱଚ୍ଛ ଓ ପରିସ୍କାର ଗ୍ରାମାଞ୍ଚଳ କରିବା ପାଇଁ ସରପଞ୍ଚ ସୁଶାନ୍ତ କୁମାର ସ୍ୱାଇଁ ଏଭଳି ଅଭିନବ ପଦକ୍ଷେପ ନେଇଛନ୍ତି।

ଏହି ନିଷ୍ପତ୍ତି ଗ୍ରାମବାସୀଙ୍କୁ ବାହରେ ମଳତ୍ୟାଗ ନ କରି ଘରେ ପାଇଖାନା କରିବା ପାଇଁ ପ୍ରୋତ୍ସାହନ କରିବ ବୋଲି ସରପଞ୍ଚ କହିଛନ୍ତି।

ପଞ୍ଚାୟତରେ ସ୍ଵଚ୍ଛ ଭାରତ ଯୋଜନାରେ ‘ମୋ ପାଇଖାନା’ ଯୋଜନା ଅନୁଯାୟୀ ପଞ୍ଚାୟତର ପ୍ରତିଟି ଘରେ ପାଇଖାନା ରହିବା ଦରକାର। ଯେଉଁମାନେ ବାହାରେ ମଳତ୍ୟାଗ କରିବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି। “ମୋ ପାଇଖାନା” ହିତାଧୀକାରୀଙ୍କର ତାଲିକା ପ୍ରସ୍ତୁତ କରାଯାଇ ଯେଉଁ ଘରେ ପାଇଖାନା ନାହିଁ ସେମାନେ ତୁରନ୍ତ ଆବେଦନ କରିବାକୁ ବିଜ୍ଞପ୍ତି ବି ଜାରି କରାଯାଇଥିଲା। ତଥାପି ପଞ୍ଚାୟତର ସମୁଦାୟ ୨୦୦୦ଟି ପରିବାର ମଧ୍ୟରୁ ୧୮୦ ଟି ପରିବାରରେ ପାଇଖାନା ନାହିଁ।

Comment