ଓଡ଼ିଶାଲାଇଭ ବ୍ୟୁରୋ

ଭିଣୋଇକୁ ବାନ୍ଧି ଶାଳିକୁ ଗଣଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲ୍ଲାରେ। ଭିଣୋଇକୁ ମାରଣାସ୍ତ୍ର ଦେଖାଇ ବାନ୍ଧି ଦେବା ପରେ ୬ ଜଣ ଯୁବକ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ। ପରେ ଏହାର ଭିଡିଓ ଶୋସିଆଲ ମିଡିଆରେ ଭାଇରାଲ କରିଥିଲେ।

ଭିଡିଓଟି ଭାଇରାଲ ହେବା ପରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ଭିଡିଓ ଆଧାରରେ ପୋଲିସ ୪ ଜଣଙ୍କୁ ଚିହ୍ନଟ କରିଥିବା ବେଳେ ଅନ୍ୟ ୨ଜଣଙ୍କୁ ଚିହ୍ନଟ ପାଇଁ ପୋଲିସ ପ୍ରୟାସ ଜାରି ରଖିଛି।

ଚିତ୍ରକୂଟ ଜିଲ୍ଲା ମଔ ଥାନା ଅଞ୍ଚଳରେ ଶାଳି ଭିଣୋଇ ଜଣେ ସମ୍ପର୍କିୟଙ୍କ ଘରକୁ ଯାଉଥିବା ବେଳେ ବାଟରେ ତାଙ୍କୁ ୬ଜଣ ଯୁବକ ଲୁଟ୍‌ ଉଦ୍ଦେଶ୍ୟରେ ଅଟକାଇଥିଲେ। ଏଥିରେ ବିଫଳ ହେବା ପରେ ଭିଣୋଇଙ୍କୁ ବାନ୍ଧି ଶାଳିକୁ ଗଣଦୁଷ୍କର୍ମ କରିଥିଲେ।

ପରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ହେଲେ ତାଙ୍କ କଥା କେହି ଶୁଣି ନଥିଲେ। ପରେ ଭିଡିଓ ଭାଇରାଲ ହେବା ପରେ ଯୁବତୀ ଜଣକ ପୁଣି ଅଭିଯୋଗ କରିଥିଲେ।

Comment