ଓଡ଼ିଶାଲାଇଭ ବ୍ୟୁରୋ

ମହାନଦୀକୁ ଡେଇଁ ଯୁବକ ନିଖୋଜ। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତାରପୁର ନିକଟ ମହାନଦୀ ବ୍ରିଜ ଉପରେ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରିନାହିଁ।

ଯୁବକ ଜଣକ ବ୍ରିଜ୍‌ ଉପରେ ସାଇକେଲ ରଖି ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଜାଣିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ ଜାରି ରଖିଛନ୍ତି।

Comment