ଓଡ଼ିଶାଲାଇଭ ବ୍ୟୁରୋ

କ୍ରିକେଟର ବାଦଶାହ ବିରାଟ କୋହଲି ଆଜି ତାଙ୍କ ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଜନ୍ମଦିନକୁ ସେ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ନିଆରା ଅନ୍ଦାଜରେ ପାଳନ କରୁଛନ୍ତି। ତେବେ ବିରାଟଙ୍କ ଜନ୍ମଦିନକୁ ନିଆରା ଅନ୍ଦାଜରେ ପାଳନ କରିବାକୁ ଅନୁଷ୍କା ଓ ବିରାଟ ଭୂଟାନ ଯାଇଛନ୍ତି। ତେବେ ଆସନ୍ତୁ ଜାଣିବା ଭୂଟାନରେ ବିରାଟଙ୍କ ଜନ୍ମଦିନ କେମିତି ପାଳିଲେ ଅନୁଷ୍କା।

ନିଆରା ଅନ୍ଦାଜରେ ଏହି ଜନ୍ମଦିନ ପାଳିବାର କିଛି ଦୃଶ୍ୟକୁ ଅନୁଷ୍କା ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ସେୟାର କରିବା ସହ ସେ ଲେଖିଛନ୍ତି, “ଆଜି ଆମେ ୮.୫ କିଲୋମିଟର ଚାଲିବା ପରେ ଗୋଟେ ଗାଁରେ ପହଞ୍ଚିଥିଲୁ। ସେଠାରେ ଗୋଟେ ୪ ବର୍ଷର ଗାଈ ଛୁଆକୁ ଆମେ ଖାଇବାକୁ ଦେଇଥିଲୁ। ପରେ ଗାଈ ମାଲିକ ଆମକୁ ଥକି ଯାଇଥିବା ଭାବି ଚା’ ପାଇଁ ନିମନ୍ତ୍ରଣ କରିଥିଲେ। ହେଲେ ସେମାନେ ଜମି ନଥିଲେ ଆମେ କିଏ? ଏହା ସତ୍ତ୍ଵେ ମଧ୍ୟ ସେମାନେ ବହୁତ ଭଲ ଅତିଥି ଚର୍ଚ୍ଚା କରିଥିଲେ।”

ସେ ଆହୁରି ମଧ୍ୟ ଲେଖିଛନ୍ତି, “ଆମେ କିଛି ସମୟ ବିତାଇଥିଲୁ। ଗୋଟିଏ ନିରୋଳା ଜାଗାରେ ବସି ଚା’ ପିଇଲୁ ଆଉ ପରସ୍ପର ସହ କଥା ହେଲୁ। ଏହି ସୁନ୍ଦର ଦିନ ଆମର ସବୁଦିନ ପାଇଁ ମନେ ରହିବ।”

୨୦୧୩ରେ ଏକ ସାମ୍ପୋ ବିଜ୍ଞାପନ ଜରିଆରେ କ୍ରିକେଟର ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପରିଚୟ ହୋଇଥିଲା। ପରେ ପରସ୍ପରଙ୍କ ମଧ୍ୟରେ ପ୍ରେମ ସମ୍ପର୍କରେ ଗଢ଼ି ଉଠିଥିଲା। ୪ବର୍ଷର ପ୍ରେମ ସମ୍ପର୍କ ପରେ ଦୁହେଁ ୨୦୧୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

Comment