ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ପ୍ରତିକ୍ଷିତ ଏମ୍‌ଆଇ ନୋଟ୍‌ ୧୦ ପ୍ରୋ ଏବଂ ଏମ୍‌ଆଇ ନୋଟ୍‌ ୧୦ ପ୍ରୋ ସ୍ମାର୍ଟଫୋନ ମଙ୍ଗଳବାର ଲଞ୍ଚ୍‌ ହୋଇଛି। ୧୦୮ ମେଗାପିକ୍ସେଲ କ୍ୟାମେରା ସହିତ ମିଳିବ ଜବରଦସ୍ତ ପ୍ରୋସେସର।

ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ଏହାର ବହୁ ପ୍ରତିକ୍ଷିତ Mi Note 10 ଏବଂ Mi Note 10 Pro ସ୍ମାର୍ଟଫୋନ ଲଞ୍ଚ୍‌ କରିଛି। ମଙ୍ଗଳବାର ସ୍ପେନ୍‌ରେ ଏହାକୁ ଲଞ୍ଚ୍‌ କରାଯାଇଛି। ନିକଟରେ ଏହା ଟିଜର ଲଞ୍ଚ୍‌ କରାଯାଇ ସୂଚନା ଦିଆଯାଇଥିଲା। ବର୍ତ୍ତମାନ ଏହାକୁ ଅଫିସିଆଲି ଲଞ୍ଚ୍‌ କରାଯାଇଛି।

ଗତକାଲି ଚୀନ୍‌ରେ ଲଞ୍ଚ୍‌ ହୋଇଥିବା Mi CC9 Pro ସ୍ମାର୍ଟଫୋନ୍‌ର ନାଁକୁ ବଦଳାଇ ସ୍ପେନ୍‌ରେ Mi Note 10 ଏବଂ Mi Note 10 Pro ନାମରେ ଦୁଇଟି ସ୍ମାର୍ଟଫୋନ ଲଞ୍ଚ୍‌ କରାଯାଇଛି। Mi Note 10ର ମୂଲ୍ୟ ଭାରତୀୟ ମୁଦ୍ର ଅନୁଯାୟୀ ୪୩ ହଜାର ୨୦୦ ଟଙ୍କା ଥିବା ବେଳେ Note 10 Proର ମୂଲ୍ୟ ୫୧ ହଜାର ଟଙ୍କା ରହିଛି।

ଏହି ସ୍ମାର୍ଟଫୋନର ବଡ଼ ଫିଚର ହେଉଛି ଏହାର କ୍ୟାମେରା। ଫଟୋଗ୍ରାଫି ପାଇଁ ଏଥିରେ ୫ଟି ରିୟର କ୍ୟାମେରା ଦିଆଯାଇଛି। ରିୟରରେ ୧୦୮ ମେଗାପିକ୍ସେଲ ବିଶିଷ୍ଟ ପ୍ରାଇମେରୀ, ୧୦ ଏକ୍ସ ଜୁମ୍‌ ସହ ୫ ମେଗାପିକ୍ସେଲର ଟେଲିଫୋଟୋ ଲେନ୍ସ, ୨୦ ମେଗାପିକ୍ସେଲର ଅଲ୍‌ଟ୍ରାୱାଇଡ୍‌ ଲେନ୍ସ, ବୋକେ ମୋଡ୍‌ ପାଇଁ ୧୨ ମେଗାପିକ୍ସେଲ ଏବଂ ୨ ମେଗାପିକ୍ସେଲର ଡେଡିକେଟେଡ୍‌ ସେନ୍ସର ଦିଆଯାଇଛି।

ଡଟ୍‌ ନଚ୍‌ ସହ ଏହି ସ୍ମାର୍ଟଫୋନରେ ୬.୪୭ ଇଞ୍ଚ୍ର ଫୁଲ୍‌ ଏଚ୍‌ଡି ପ୍ଲସ ଏମୋଲେଡ ଡିସ୍‌ପ୍ଲେ ଦିଆଯାଇଛି। କ୍ୱାଲକମ୍‌ ସ୍ନାପଡ୍ରାଗନ ୭୩୦ଜି ଜବରଦସ୍ତ ପ୍ରୋସେସର ଦିଆଯାଇଥଇବା ବେଳେ ୫୨୬୦ ଏମ୍‌ଏଏଚ୍‌ର ବଡ଼ ବ୍ୟାଟେରୀ ଦିଆଯାଇଛି। ଆଗାମୀ ଦିନରେ ଭାରତରେ Mi Note 10 ଲଞ୍ଚ୍‌ କରାଯିବା ଶୁଣିବାକୁ ମିଳିଛି।

Comment