ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା।
ଓଡ଼ିଶା ପ୍ରତି ବାତ୍ୟା ବୁଲବୁଲର ବିପଦ ନାହିଁ। ବାତ୍ୟାର ସ୍ପଷ୍ଟ ଚିତ୍ର ଆଜି ସନ୍ଧ୍ୟା ବା କାଲି ସୁଦ୍ଧା ଜଣାପଡ଼ିବ। ବର୍ତ୍ତମାନ ବୁଲବୁଲ ଅବପାତର ରୂପ ନେଇଛି ଏବଂ କାଲି ସୁଦ୍ଧା ଏହା ବାତ୍ୟାର ରୂପ ନେବ। ଏହା ପ୍ରଭାବରେ ୯ ଏବଂ ୧୦ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ପ୍ରେସ୍ମିଟ୍ରେ କହିଛନ୍ତି।
‘‘ବାତ୍ୟା ପ୍ରଭାବରେ ଯେଉଁ ବର୍ଷା ହେବ ତା ପାଇଁ ଆମେ ସମସ୍ତ ବ୍ୟବସ୍ଥା କରିଛୁ। ୭ ତାରିଖକୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି’’, କହିଛନ୍ତି ପ୍ରଦୀପ ଜେନା।
ବର୍ତ୍ତମାନ ଏହି ବାତ୍ୟା ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ପରେ ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଫଳରେ ବାତ୍ୟାଟି ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଦେଇ ଗତିକରିବ ବୋଲି କହିଛନ୍ତି ପ୍ରଦୀପ ଜେନା।
ବର୍ତ୍ତମାନ ପାଇଁ ଓଡ଼ିଶାର ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ସମୁଦ୍ର ଭିତରକୁ ଯିବାକୁ ଥିବା ଅନେକ ଜାହାଜକୁ ରୋକି ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଏସଆରସି।

















