ଓଡ଼ିଶାଲାଇଭ୍ ବ୍ୟୁରୋ

କିସ୍‌ ଛାତ୍ରଛାତ୍ରୀ ଗୋଟିଏ ସ୍ଥାନରେ ଏକ ସମୟରେ ଦାନ୍ତ ଘଷି ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି।

କିସ୍‍ ଆଉ ଏକ ବିଶ୍ୱ ରେକର୍ଡ କରିଛି। ଗୁରୁବାର କିସ୍‍ର ୨୬ ହଜାର ୩୮୨ ଛାତ୍ରଛାତ୍ରୀ ଗୋଟିଏ ସ୍ଥାନରେ ଏକ ସମୟରେ ଦାନ୍ତ ଘଷି ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ଏହା ହେଉଛି କିସ୍‍ର ୪ର୍ଥ ବିଶ୍ୱ ରେକର୍ଡ।

‘ଜାତୀୟ ଦାନ୍ତ ଘଷା ଦିବସ’ ଓ ଇଣ୍ଡିଆନ୍‍ ଆସୋସିଏସନ୍‍ ଅଫ୍‍ ହେଲ୍‍ଥ ଡେଣ୍ଟିଷ୍ଟ୍ରି (ଆଇଏପିଏଚ୍‍ଡି)ର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‍ ଡେଣ୍ଟାଲ୍‍ ସାଇନ୍ସେସ୍‍ ପକ୍ଷରୁ କୋଲଗେଲ୍‍ ପାମୋଲିଭ ଏବଂ ଆଇଏପିଏଚ୍‍ଡିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ୨୦୧୬ରେ ଡିପିଏସ୍‍, ଦିଲ୍ଲୀର ୧୬ ହଜାର ୪୧୪ ପିଲା ଏକାଠି ଗୋଟିଏ ସ୍ଥାନରେ ଗୋଟିଏ ସମୟରେ ଦାନ୍ତ ଘଷି ଯେଉଁ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ଏହି ରେକର୍ଡକୁ କିସ୍‍ ପିଲାମାନେ ଭାଙ୍ଗି ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସୂଚନା ଓ ଲୋକସମ୍ପର୍କ ତଥା ଜଳସମ୍ପଦବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ, କୋଲଗେଟ୍‍ ପାମୋଲିଭ (ଇଣ୍ଡିଆ)ର ପରିଚାଳନା ନିର୍ଦ୍ଦେଶକ ରାମ ରାଘବନ, ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡସ୍‌ର ପ୍ରତିନିଧି ଋଷି ନାଥ, ଆଇଏପିଏଚ୍‍ଡିର ସାଧାରଣ ସମ୍ପାଦକ ଡକ୍ଟର ସବ୍ୟସାଚୀ ସାହା, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ,  ସମ୍ପାଦକ ଆର ଏନ୍‍ ଦାଶ, କିସ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ପି. କେ ରାଉତରାୟ ଉପସ୍ଥିତ ଥିଲେ।

ପିଲାମାନଙ୍କୁ ମୁଖ୍ୟ ଗହ୍ୱର ଯତ୍ନ ସଂପର୍କରେ ଉପଦେଶ ଦେବା ସହ ନିୟମିତ ଦାନ୍ତ ଘଷିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମୁଖ୍ୟ ଗହ୍ୱରର ଯତ୍ନ ଓ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା।

ପୂର୍ବରୁ ୨୦୧୫ରେ ଗୋଟିଏ ଦିନରେ କିସ୍‍ ‘ସର୍ବବୃହତ ମାନବ ବାକ୍ୟ’ (ଉଇ ଅର୍ଜ ଫର୍‍ ୱାର୍ଲ୍ଡ ପିସ୍‍), ‘ମୋଷ୍ଟ ସାଇମଲ୍‍ଟାନିଅସ୍‍ ହାଇ-ଫାଇଭ୍‍ସ’ ତିଆରି କରି ଦୁଇଟି ବିଶ୍ୱ ରେକର୍ଡ ହାସଲ୍‍ କରିଥିଲା। ୨୦୧୭ରେ ବିଶ୍ୱର ସର୍ବବୃହତ ଲାଫ୍‍ଟର ଯୋଗ କ୍ଲାସ୍‍ କରି ବିଶ୍ୱ ରେକର୍ଡ ସୃଷ୍ଟି କରି ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା।

Comment