ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଛି। ଦୁର୍ବ୍ୟବହାର ଶିକାର ହୋଇଥିବା ସାମ୍ବାଦିକଙ୍କ ଏତଲା ଆଧାରରେ କେନ୍ଦ୍ରାପଡ଼ା ଥାନାରେ ଏହି ମାମଲା ରୁଜୁ ହୋଇଛି।

ଭାରତୀୟ ପିଙ୍ଗଳ କୋର୍ଡର ଦଫା ୩୪୧, ୩୨୩, ୨୯୪, ୫୦୦, ଓ ୫୦୬ ଭଳି ସଙ୍ଗିନ ଦଫାରେ ଛନ୍ଦି ହୋଇଛନ୍ତି ଅନୁଭବ।

ଗତ ୫ ତାରିଖରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କର ଭିଡିଓ କନଫରେନ୍ସିଂ ବେଳେ ଘଟିଥିଲା ଏହି ଘଟଣା କେନ୍ଦ୍ରାପଡାର ବଳଦେବଜୀୟୁଙ୍କ ତୁଳସୀକ୍ଷେତ୍ରର ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ବିଧାୟକ ମାନେ।

ଏହି ସମୟରେ ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର କରିଥିଲେ ଅନୁଭବ। ଏହାପରେ ସାମ୍ବାଦିକ ମହଲରେ ଅନୁଭବଙ୍କ ଏଭଳି ବ୍ୟବହାରକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଅନେକ ଅନୁଭବଙ୍କୁ ନିନ୍ଦା କରିଥିଲେ।

Comment