ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମିଳିବ ଫେମ୍‌ ଇଣ୍ଡିଆ ପକ୍ଷରୁ ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର। ନଭେମ୍ବର ୯ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସେ ଏହି ପୁରସ୍କାର ଗ୍ରହଣ କରିବେ।

ଫେମ୍‌ ଇଣ୍ଡିଆ ପକ୍ଷରୁ ମନ୍ତ୍ରୀମାନଙ୍କ ଦାୟିତ୍ୱ ନେଇ କାର୍ଯ୍ୟ କରିବା, ଦୁର୍ନୀତିଠାରୁ ଦୂରେଇ ରହିବା ଓ ସରକାରୀ ଯୋଜନାଗୁଡ଼ିକୁ ଠିକ୍‌ ବାଟରେ ନେବା ଆଦି ଦିଗକୁ ତର୍ଜମା କରିବା ପରେ ଏହି ଜାତୀୟ ସ୍ତରର ପୁରସ୍କାର ପ୍ରଦାନ କରାଯାଇଥାଏ।

ସାମ୍ବାଦିକ କ୍ଷେତ୍ରରେ ୮ ବର୍ଷର ଦୀର୍ଘ ଯାତ୍ରା କାଳରେ ସଫଳ ମନ୍ତ୍ରୀମାନଙ୍କୁ ଫେମ୍‌ ଇଣ୍ଡିଆ ଉତ୍ସାହିତ କରିଆସିଛି। ସେହିଭଳି ଚଳିତବର୍ଷ ମଧ୍ୟ ରାଜ୍ୟର ମନ୍ତ୍ରୀମାନଙ୍କୁ ନେଇ ସମୀକ୍ଷା କରାଯାଇଥିଲା। ଚୂଡ଼ାନ୍ତ ସମୀକ୍ଷା କରି ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ଲାଗି ଚୟନ କରାଯାଇଛି।

Comment