ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ୍ ଅନର ଦିଆନଯିବା ପ୍ରସଙ୍ଗରେ ଗୁରୁବାର ଆଇନ ମନ୍ତ୍ରୀ ପ୍ରତାପ ଜେନା ଜବାବ ରଖିଛନ୍ତି। ସନ୍ଧ୍ୟା ହୋଇଯାଇଥିବା ଯୋଗୁ ଗାର୍ଡ ଅଫ୍ ଅନର ଦିଆଯାଇ ପାରିଲା ନାହିଁ ବୋଲି ସେ କହିଛନ୍ତି।

ଅକ୍ଟୋବର ୧୨ ସୋମବାର ଦିନ ରାଜ୍ୟ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ସାହିତ୍ୟିକ ଶରତ କରଙ୍କର ପରଲୋକ ହୋଇଥିଲା। ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମୟରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇ ନଥିଲା। ଏହାପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ଉପରେ ଆରୋପ କରିଥିଲେ ଯେ, ଦିବଂଗତ ନେତା ଶରତ କରଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇନାହିଁ।

ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ଗାର୍ଡ ଅଫ୍ ଅନର ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ମାତ୍ର ସନ୍ଧ୍ୟା ହୋଇଯିବାରୁ ଗାର୍ଡ ଅଫ୍ ଅନର  ଦିଆଯାଇପାରିଲା ନାହିଁ। ତାଙ୍କ ପରିବାରର କହିବା ଅନୁସାରେ କୋଭିଡ କଟକଣା ମାନି ଅନ୍ତିମ ସଂସ୍କାର କରାଗଲା।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ ପାଇଁ ତାଙ୍କ ମର ଶରୀରକୁ ବିଧାନସଭାକୁ ନିଆଯାଇ ପାରିଲା ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ପଠାଇଥିଲେ।

Comment