ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୌଜନ୍ୟ: ସିଆର୍‌ପିଏଫ୍‌ ଟୁଇଟର୍‌

ଜମ୍ମୁ କାଶ୍ମୀର ପୁଲୱାମା ଆକ୍ରମଣରେ ୪୪ ଜଣ ସହିଦ ଯବାନଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି। ଜମ୍ମୁ କାଶ୍ମୀର ସେନା ପକ୍ଷରୁ ସହିଦ ଯବାନଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି। ଏହା ପରେ ସହିଦଙ୍କ ମୃତ ଶରୀରକୁ ଦିଲ୍ଲୀ ଅଣାଯିବ।

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସହିଦଙ୍କୁ ଗାର୍ଡ ଅଫ୍‌ ଅନର ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସହିଦ ଯବାନଙ୍କ କଫିନ ମଧ୍ୟ ବୋହିଛନ୍ତି ରାଜନାଥ ସିଂହ। ସେହିପରି ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଉପସ୍ଥିତ ରହି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।

ଏହି ଘଟଣା ବର୍ତ୍ତମାନ ଦେଶବ୍ୟାପି ଲୋକଙ୍କ ହୃଦୟ ଥରାଇ ଦେଇଛି। ଅନ୍ୟପଟେ ଏହି ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି କିଛି ସମୟ ପୂର୍ବରୁ ସିଆର୍‌ପିଏଫ୍‌ ପକ୍ଷରୁ କୁହାଯାଇଛି।

Comment