ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଜବତ ହେଲା ଲକ୍ଷାଧିକ ଟଙ୍କାର ଜାଲ ନୋଟ୍‌। ଏହି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ ମଧ୍ୟ କରାଯାଇଛି। ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳରେ। ଗିରଫ୍ ଅଭିଯୁକ୍ତ ହେଲେ ଟିକିରି ଥାନା ଅନ୍ତର୍ଗତ ହରିଜନ ସାହିର ଦେବଜୋହାନ୍ ନାୟକ।

ଦେବଜୋହାନ୍‌ଠାରୁ ପୋଲିସ ୧୧୫ଟି ଜାଲ୍ ୨ହଜାର ଟଙ୍କାର ନୋଟ୍ ଜବତ କରିଛି। ଦୀର୍ଘ ଦିନ ହେବ ଦେବଜୋହାନ୍ ଜାଲ୍ ନୋଟ୍ ନିଜ ପାଖରେ ରଖି ବିଭିନ୍ନ ହାଟ ବଜାରରେ ଛାଡୁଥିଲା। ତେବେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଦେବଜୋହାନର ଘରେ ଚଢାଉ କରି ୨ଲକ୍ଷ ୩୦ହଜାର ଟଙ୍କାର ଜାଲ୍ ନୋଟ୍ ଜବତ କରିଛି।

ଗିରଫ କରିବା ପରେ ପୋଲିସ ପଚରାଉଚରା ଜାରି ରଖିଛି। ଏହି ଜାଲ୍ ନୋଟ୍ କାରବାରରେ ଆଉ କାହାର ସଂପୃକ୍ତି ରହିଛି ନାନାହିଁ ତାକୁ ନେଇ ପୁଲିସ ଖୋଳତାଢ ଆରମ୍ଭ କରିଛି। ଆଜି ଗିରଫ୍ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

Comment