ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ବୁଲ୍‌ବୁଲ୍‌ ମାଡ଼ ହୋଇ ନଥିଲେ ମଧ୍ୟ ଏହାର ଆଂଶିକ ପ୍ରଭାବ ଉପକୂଳ ଓଡ଼ିଶା ଉପରେ ପଡ଼ିଛି। ଫଳରେ ଚାଷୀମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଛି। ଜଗତସିଂହପୁର, କୋନ୍ଦ୍ରାପଡ଼ା, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଅଦିନିଆ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ପଶିବା ସହ ଫସଲ ନଷ୍ଟ ହୋଇଛି।

ବୁଲ୍‌ବୁଲ୍‌ର ପ୍ରଭାବ ରାଜ୍ୟର ଅନ୍ୟ ଜିଲ୍ଲାମାନେ ଅନୁଭବ କରି ପାରିନଥିଲେ ମଧ୍ୟ। ଏହାକୁ ଠିକ୍‌ ଅନୁଭବ କରିଛନ୍ତି ଉପକୂଳ ଓଡ଼ିଶାବାସୀ। କେବଳ ଗଛ, ବିଦ୍ୟୁତ ଖୁଣ୍ଟ ଭାଙ୍ଗିବା ଏମାନଙ୍କର ଦୁଃଖ ନୁହେଁ। ବର୍ତ୍ତମାନ ଏମାନଙ୍କର ପ୍ରକୃତ ଦୁଃଖ ପାଲଟିଛି ଫସଲ ନଷ୍ଟ। ଉପକୂଳ ଓଡ଼ିଶାରେ ପ୍ରାୟ ୬ହେକ୍ଟର ଜମିରେ ୪୦ ଭାଗ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି।

ବୁଲ୍‌ବୁଲ୍‌ ପ୍ରଭାବରେ ପାରାଦୀପରେ ସର୍ବାଧିକ ୨୦୬ ମିମି ବର୍ଷା ହୋଇଥିଲା। ସେହିପରି ରାଜନଗରରେ ୧୮୦, ଚାନ୍ଦବାଲିରେ ୧୭୯, ରାଜକନିକାରେ ୧୩୬ ଓ ଜଗତସିଂହପୁର ତିର୍ତ୍ତୋଲରେ ୧୩୬ ମିମି ବର୍ଷା ହୋଇଛି।

ବର୍ଷା ଯୋଗୁଁ କେଉଁଠି ବିଲରେ ବର୍ଷା ପାଣି ଲହଡ଼ି ମାରୁଛି ତ କେଉଁଠି। ଧାନ ଗଛ ଶୋଇ ପଡ଼ିଛି। ଯାହାକି ଆଉ ବ୍ୟବହାର ଉପଯୋଗୀ ହୋଇ ପାରିବନାହିଁ ବୋଲି ଚାଷୀମାନେ ଦୁଃଖ ପ୍ରକାଶ କରି କହିଛନ୍ତି। ଅନ୍ୟପକ୍ଷରେ ଚାଷର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍‌ ପଠାଇବାକୁ ରାଜ୍ୟ ସରକାର ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here