ଓଡ଼ିଶାଲାଇଭ୍ ବ୍ୟୁରୋ

୧୮ ବର୍ଷ ବୟସ ପରେ ଉଚ୍ଚତା ସହଜରେ ବଢ଼ି ନଥାଏ। ଡେଙ୍ଗା ହେବା ସାଧାରଣତଃ ଜେନେଟିକ୍‌, ହରମୋନ୍‌ ଏବଂ ଖାଦ୍ୟ ପାନୀୟ ଉପରେ ନିର୍ଭର କରିଥାଏ। କିନ୍ତୁ କିଛି ବ୍ୟାୟାମ କଲେ ଆପଣଙ୍କ ଉଚ୍ଚତା ଅଧ ଇଞ୍ଚରୁ ୧ ଇଞ୍ଚ ବଢ଼ିପାରିବ। ଜାଣନ୍ତୁ ସେହି ବ୍ୟାୟାମ ବିଷୟରେ।

ଓହଳିଳେ ଓଜନ ବଢ଼ିବାର ସମ୍ଭାବନା ଅଧିକ ଥାଏ। ତାଜା ବା ରଡ୍‌ରେ ଆପଣ ଓହଳିପାରିବେ। ଗୋଟେ ତାଜା ବା ରଡ୍‌ରେ ୩୦ ସେକେଣ୍ଡ ପାଇଁ ସିଧା ଓହଳିକି ରହନ୍ତୁ। ଏହାକୁ ଦିନକୁ ୩ ଥର କରିବେ।

ପ୍ରତିଦିନ ସ୍କିଫିଂ କଲେ ଉଚ୍ଚତା ବଢ଼ିବାର ସମ୍ଭାବନା ଥାଏ। ଏହା ଉଚ୍ଚତାକୁ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଗୋଡ଼ ଲମ୍ବା କରିଥାଏ। ପ୍ରତିଦିନ ଦଉଡ଼ି ଡେଉଁଲେ ପତଳା ହେବା ସହ ଡେଙ୍ଗା ବି ହୋଇଥାଏ।

ଗୋଇଠି ଉପରକୁ ଉଠାଇଲେ ଉଚ୍ଚତା ବଢ଼ିବା ସହ ମାଂସପେଶୀ ଟାଇଟ୍‌ ହୋଇଥାଏ।

ଗୋଟେ ସ୍ଥାନରେ ଶୋଇ ରହି ନିଜ ଗୋଡ଼କୁ ଉପରକୁ ଉଠେଇ ରଖନ୍ତୁ। ଗୋଡ଼ ଉଠାଇବା ବେଳେ ନିଜ ହାତକୁ ଛାତି ପାଖରେ ରଖି ଶରୀରକୁ ବାଲାନ୍ସ ରଖନ୍ତୁ। ୬୦ ସେକେଣ୍ଡ ପାଇଁ ଏଭଳି କରନ୍ତୁ।

ପ୍ରତିଦିନ ତାଡ଼ାସନ୍‌ କରନ୍ତୁ। ଏହା ଶରୀରକୁ ସମ୍ପୂର୍ଣ୍ଣ ଭାବରେ ଟାଣି ରଖିଥାଏ। ଫଳରେ ଷ୍ଟ୍ରେଚ୍‌ ହୋଇ ଉଚ୍ଚତା ବଢ଼ିଥାଏ।

Comment