ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଫିଜିଓଥେରାପିର ଆବଶ୍ୟକତା ଏବଂ ଉପକାରିତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ଵ ଫିଜିଓଥେରାପି ଦିବସ ପାଳନ କରାଯାଉଛି।

ବିଭିନ୍ନ ଅସହ୍ୟ ଯନ୍ତ୍ରଣାରୁ ଉପଶମ ପାଇଁ ଏବେ ଫିଜିଓଥେରାପିର ଆବଶ୍ୟକତା ବେଶ୍ ଗୁରୁତ୍ଵ ବହନ କରୁଛି। ସେହିଭଳି ଏକ ଯନ୍ତ୍ରଣା ହେଉଛି ବେକ ବିନ୍ଧା। ଏଥିରୁ ମୁକ୍ତି ପାଇଁ ଫିଜିଓଥେରାପି ଏକ୍ସରସାଇଜର ଆବଶ୍ୟକତା ପଡ଼ିଥାଏ ବୋଲି ଡାକ୍ତର କୁହନ୍ତି।

ବର୍ତ୍ତମାନ ସମୟରେ ବେକ ବିନ୍ଧା ହେବାର ମୁଖ୍ୟ କାରଣ ହେଉଛି ଭୁଲ ଶୈଳୀରେ ଘଣ୍ଟା ଘଣ୍ଟା ମୋବାଇଲ ଦେଖିବା କିମ୍ବା କମ୍ପ୍ୟୁଟର ଆଗରେ ବସିରହି କାମ କରିବା। ଅସହ୍ୟ ବେକ ବିନ୍ଧାରୁ ଉପଶମ ପାଇଁ କେତୋଟି ଫିଜିଓଥେରାପି ଏକ୍ସରସାଇଜ୍‌ ରହିଛି।

ତେବେ ବେକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କେମିତି କରାଯାଏ ଫିଜିଓଥେରାପି ଏକ୍ସରସାଇଜ, ସେ ସମ୍ପର୍କରେ କ’ଣ କହୁଛନ୍ତି ବିଶିଷ୍ଟ ଫିଜିଓଥେରାପିଷ୍ଟ ରଶ୍ମିତା ପାଣ୍ଡବ, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #WorldPhysiotherapyDay #NeckPain #Physiotherapy #Exercise #Treatment #HealthyLife #OdiaHealthTips

Comment