ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଚର୍ଚ୍ଚାରେ ମାଲକାନଗିରି ଜିଲ୍ଲା। ୧୫ ଦିନରେ ୬ ଜଣ ଶିଶୁଙ୍କ ମୃତ୍ୟୁକୁ ନେଇ ଏବେ ଚାଲିଛି ତନାଘନା। ଶିଶୁ ମୃତ୍ୟୁର କାରଣ ଜାଣିବା ପାଇଁ ସୋମବାର ଦିନ କୋରାପୁଟ ମେଡିକାଲ କଲେଜରୁ ଏକ ବିଶେଷଜ୍ଞ ଟିମ୍‌ ତାମନପାଲି ଗାଁକୁ ଯାଇଥିଲେ। ସେଠରେ ସେମାନେ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଡାକ୍ତରୀ ଟିମ୍‌ ଜ୍ୱରରେ ଆକ୍ରାନ୍ତ ଓ ଅନ୍ୟ ଶିଶୁମାନଙ୍କର ରକ୍ତ ନମୂନା ସଂଗ୍ରହ କରିଛନ୍ତି। ସେମାନଙ୍କୁ ଚିକତ୍ସା ଯୋଗାଇ ଦେଇଛନ୍ତି ଡାକ୍ତରୀ ଟିମ୍‌।.

ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ‘‘ଶ୍ୱାସନଳୀ ସଂକ୍ରମଣ ଯୋଗୁଁ ଶିଶୁ ମୃତ୍ୟୁ ହେଉଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଶିଶୁମାନଙ୍କ ଚିକିତ୍ସା ପାଇଁ ୭ ଦିନ ପର୍ଯ୍ୟନ୍ତ ଡାକ୍ତରୀ ଟିମ୍‌ ତାମନପାଲି ଗାଁରେ ନିୟୋଜିତ କରାଯାଇଛି।’’

୨୦୧୬ରେ ଶିଶୁ ମୃତ୍ୟୁକୁ ନେଇ ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାରେ ଥିଲା। ଜାପାନିଜ୍‌ ଏନ୍‌ସେଫାଲାଇଟ୍ସ ରୋଗରେ ଶହେରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଏବେ ପୁଣି ଶିଶୁ ମୃତ୍ୟୁକୁ ନେଇ ମାଲକାନଗିରି ଜିଲ୍ଲା ଚର୍ଚ୍ଚାକୁ ଆସିଛି।

Comment