ଓଡ଼ିଶାଲାଇଭ୍‌ ବ୍ୟୁରୋ

Samsung logo at Samsung Customer Service Center

ଚୀନ୍‌ ବଜାରରେ ସାମସଙ୍ଗ୍‌ ନୂଆ 5G ସ୍ମାର୍ଟଫୋନ ଲଞ୍ଚ୍‌ କରିବାକୁ ପ୍ରସ୍ତୁତ ହେଉଥିବା ଶୁଣିବାକୁ ମିଳିଛି। ସାମସଙ୍ଗ କମ୍ପାନି ନିଜର ଗାଲାକ୍ସି-ଏ ସିରିଜ୍‌ରେ ଏହି ସ୍ମାର୍ଟଫୋନକୁ ନେଇ କାମ କରୁଛି। ସୂଚନା ମୂତାବିକ, ଏହି ସ୍ମାର୍ଟଫୋନର ମଡେଲ ନମ୍ବର ହେଉଛି SM-A7160 ଏବଂ ଏହାର ନାଁ ରହିବ Galaxy A71 5G।

Galaxy A71 5G ସ୍ମାର୍ଟଫୋନରେ ଏକ୍ସିନୋଜ୍‌ ୯୮୦ ପ୍ରେସେସର ମଧ୍ୟ ମିଳିବ ବୋଲି କୁହାଯାଉଛି। ଏନେଇ ସାମ୍‌ମୋବାଇଲ୍‌ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ କମ୍ପାନି ଫୋନ୍‌ର ବ୍ରାଣ୍ଡିଂକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ।

ଏକ ରିପୋର୍ଟରେ କୁହାଯାଇଛି, Galaxy A71 5G ସ୍ମାର୍ଟଫୋନରେ ୧୨୮ ଜିବିର ଇଣ୍ଟର୍ଣ୍ଣାଲ ମେମୋରୀ ଦିଆଯିବ। ଏହା ଏକ ମିଡ୍‌ ରେଞ୍ଜ୍‌ 5G ସ୍ମାର୍ଟଫୋନ ଭାବେ ଲଞ୍ଚ୍‌ କରାଯିବ। ତେବେ ଆଗାମୀ ଦିନରେ ବଜାରକୁ ଆସିଥିବାକୁ ବହୁ ମୂଲ୍ୟ 5G ସ୍ମାର୍ଟଫୋନଗୁଡ଼ିକର ନିଜର ମୂଲ୍ୟ କମାଇବାରେ ଏହା ସାହାଯ୍ୟ କରିପାରେ ବୋଲି କୁହାଯାଉଛି।

ବର୍ତ୍ତମାନ ସୁଦ୍ଧା ଏହାର ଲଞ୍ଚିଂ ତାରିଖ ଏବଂ ଫିଚର ବିଷୟରେ କୌଣସି ସୂଚନା ମିଳିପାରିନାହିଁ। ଆସନ୍ତା ୨୦୨୦ ଫେବ୍ରୁଆରି କିମ୍ବା ମାର୍ଚ୍ଚ ମାସରେ ଏହାକୁ ଲଞ୍ଚ୍‌ କରାଯିବା ନେଇ ଶୁଣିବାକୁ ମିଳୁଛି। ସେହିପରି ଏଥିରେ ୪୮ ମେଗାପିକ୍ସେଲର ରିୟର କ୍ୟାମେରା ସେଟ୍‌ଅପ୍‌ ଦିଆଯାଇପାରେ।

Comment