ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ମାର୍ଟଫୋନ ନିର୍ମାତା କମ୍ପାନି ଆସସ୍‌ ଏହାର କିଛି ସ୍ମାର୍ଟଫୋନ ଉପରେ ଭାରିମାତ୍ରାରେ ରିହାତି ମିଳୁଛି। ନିକଟରେ ଭାରତୀୟ ବଜାରକୁ ଆସିଥିବା Asus 6Z ଏବଂ Asus 5Z ସ୍ମାର୍ଟଫୋନର ଦାମ୍‌କୁ ୭ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ଼ କରାଯାଇଛି। ଗ୍ରାହକ ଏହାକୁ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରୁ ଅନ୍‌ଲାଇନ୍‌ରେ ଅର୍ଡର କରିପାରିବେ।

ଗତ ଜୁନ ମାସରେ ଭାରତରେ ଲଞ୍ଚ୍‌ ହୋଇଥିଲା Asus 6Z ସ୍ମାର୍ଟଫୋନ। ନିଜର ଆକ୍ରାମକ ଫିଚର ପାଇଁ ଏହା ବେଶ୍‌ ପରିଚିତ ଲାଭ କରିଛି। ଏହି ସ୍ମାର୍ଟଫୋନ ଉପରେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି।

ଏହି ସ୍ମାର୍ଟଫୋନର 6GB/64GB ଭାରିଏଣ୍ଟକୁ ଭାରତରେ ୩୧,୯୯୯ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା। ବର୍ତ୍ତମାନ ଗ୍ରାହକ ଏହାକୁ ୨୭,୯୯୯ଟଙ୍କାରେ କିଣି ପାରିବେ। ସେହିପରି 8GB/256GB ଭାରିଏଣ୍ଟର ମୂଲ୍ୟ ୩୯,୯୯୯ଟଙ୍କାରେ ବଜାରକୁ ଆସିଥିଲା। ଏହାକ ବର୍ତ୍ତମାନ ୩୪,୯୯୯ ଟଙ୍କାରେ ଗ୍ରାହକ ପାଇପାରିବେ।

ଗତ ବର୍ଷ ଭାରତୀୟ ବଜାରକୁ ଆସିଥିଲା ଆସସ୍‌ର Zenfone 5Z ସ୍ମାର୍ଟଫୋନ। କମ୍ପାନି ପକ୍ଷରୁ ଏହି ସ୍ମାର୍ଟଫୋନ୍‌ ଉପରେ ୭ ହଜାର ଟଙ୍କାର ରିହାତି ଦିଆଯାଉଛି। ଏହାର 6GB/64GB ଭାରିଏଣ୍ଟକୁ ୫ ହଜାର ଟଙ୍କା ରିହାତି ସହ ୧୬,୯୯୯ ଟଙ୍କାରେ ବଜାରକୁ ଛଡ଼ାଯାଇଛି। ସେହିପରି  8GB/256GB ଭାରିଏଣ୍ଟରକୁ ୭ ହଜାର ଟଙ୍କା ରିହାତି ସହିତ ୨୧,୯୯୯ ଟଙ୍କାରେ ମିଳିପାରିବ।

Comment