ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଶତକ ହାସଲ କରିଛନ୍ତି ଓପନର ମୟଙ୍କ ଅଗ୍ରୱାଲ। ମୟଙ୍କ ୧୮୩ ବଲରେ ନିଜର ଶତକ ପୂରଣ କରିଛନ୍ତି।

ଇନ୍ଦୋରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବାଂଲାଦେଶ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ମାତ୍ର ୧୫୦ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହାପରେ ଭାରତ ମଧ୍ୟ ନିଜର ପ୍ରଥମ ଇଂନିସରେ ଓପନର ରୋହିତ ଶର୍ମାଙ୍କୁ ଶୀଘ୍ର ହରାଇଥିଲା। ରୋହିତ ମାତ୍ର ୬ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ। ଏହାପରେ ପୂଜାରା ଓ ଅଗ୍ରୱାଲଙ୍କ ଭିତରେ ଭଲ ପାର୍ଟନରସିପ୍ ତିଆରି ହୋଇଥିଲା।

ଶୁକ୍ରବାର ପୁଜାରା ମଧ୍ୟ ନିଜର ଅର୍ଦ୍ଧଶତକ ପୂରଣ କରି ଆଉଟ୍ ହୋଇଯାଇଥିଲେ। ଏହାପରେ କୋହଲି ମଧ୍ୟ ବିନା କୌଣସି ରନ୍ କରି ଅବୁ ଜାୟେଦଙ୍କ ତୃତୀୟ ଶିକାର ହୋଇଥିଲେ। ଓପନର ମୟଙ୍କ ଅଗ୍ରୱାଲଙ୍କ ସହ ମିଶି ଏହାପରେ ରାହାଣେ ବର୍ତ୍ତମାନ ଭାରତର ବ୍ୟାଟିଂ ସମ୍ଭାଳିଛନ୍ତି।

Comment