ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଆଇପିଏଲ୍ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ନଜର ଆସିବେନି ଯୁବରାଜ ସିଂହ। ଦଳ ତାଙ୍କୁ ଆଗାମୀ ଆଇପିଏଲ ପାଇଁ ନିଲାମ ପକ୍ରିୟାକୁ ଛାଡିଦେଇଛି। କେବଳ ଯୁବରାଜ ନୁହଁନ୍ତି ଦଳ ତାଙ୍କ ସହ ଅନ୍ୟ ୯ ଜଣ ଖେଳାଳିଙ୍କୁ ମଧ୍ୟ ନିଲାମ ପକ୍ରିୟାକୁ ଛାଡ଼ିଦେଇଛି।

ଗତ ଆଇପିଏଲ ସିଜିନ୍ ଯୁବରାଜଙ୍କ ପାଇଁ ସେପରି କିଛି ଖାସ୍ ରହିନଥିଲା। ପୁରା ସିଜିନରେ ଯୁବରାଜଙ୍କ ବ୍ୟାଟ୍ ପୁରାପୁରି ଶାନ୍ତ ରହିଥିଲା। ତେଣୁ ଦଳ ତାଙ୍କୁ ଏଥର ପାଖରେ ରଖିନାହିଁ। ତାଙ୍କ ସହ ଇଭେନ୍ ଲୁଇସ୍, ଏଡମ୍ ମିଲନେ, ଜେମସ୍ ବେହରନଡର୍ଫଙ୍କୁ ମୁମ୍ବାଇ ଇଣ୍ଡିଆନ୍ସରୁ ବାହାରିବାକୁ ପଡ଼ିଛି।

ଏହି ଖେଳାଳିଙ୍କ ସହ ବରିନ୍ଦର ସ୍ରନ୍, ବେନ୍ କଟିଙ୍ଗ୍, ପଙ୍କଜ୍ ଜାୟସୱାଲ୍, ରାସିଖ୍ ସଲାମ୍ ଦାର୍ , ଅଲଜ୍ୟାରୀ ଜୋସେଫ୍ ଓ ହେନଡ୍ରିକ୍ସଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ବାଦ ଦେଇଛି। ଏହି ସମସ୍ତ ଖେଳାଳି ଆଗକୁ ହେବାକୁ ଥିବା ଆଇପିଏଲ ଖେଳାଳି ନିଲାମରେ ଭାଗ ନେବେ।

ଆଇପିଏଲର ସବୁଠାରୁ ସଫଳ ଦଳର ମାନ୍ୟତା ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥରେ ଆଇପିଏଲ୍ ଟ୍ରଫି ଜିତିବାକୁ ଚେଷ୍ଟା ଆରମ୍ଭ କରିଛି। ତେଣୁ ଦଳ ପୂର୍ବ ବର୍ଷର ଏହି ଖେଳାଳିମାନଙ୍କୁ ବାଦ୍ ଦେଇ ଏବେ ନୂଆ ଖେଳାଳି କିଣିବାକୁ ଲକ୍ଷ୍ୟ ରଖିଛି। ଦଳ ପାଖରେ ଏବେ ମୋଟ୍ ୧୩.୦୫ କୋଟି ଟଙ୍କା ମହଜୁଦ୍ ଅଛି। ଏହା ସାହାଯ୍ୟରେ ଦଳ ଖେଳାଳି ନିଲାମରେ ଖେଳାଳି କିଣିପାରିବ।

Comment