ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟ୍‌ ଖେଳୁଥିବା ବେଳେ କାନରେ ବଲ୍‌ ବାଜି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳରେ। ମୃତକ ଜଣକ ହେଲେ କୋରାପୁଟ ଜିଲ୍ଲାର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍‌ର ଏମ୍‌ବିବିଏସ୍‌ ଦ୍ୱିତୀୟ ବର୍ଷ ଛାତ୍ର ବିଶ୍ୱଭୂଷଣ ସାହୁ।

ଲାଞ୍ଜିପଲ୍ଲୀରେ ରହୁଥିବା ଲିଙ୍ଗରାଜ ସାହୁଙ୍କ ପୁଅ ବିଶ୍ୱଭୂଷଣ କିଛି ଦିନ ତଳେ ବ୍ରହ୍ମପୁର ତାଙ୍କ ଘରକୁ ଆସିଥିଲେ। ଶୁକବ୍ରାର ଖେଳପଡ଼ିଆରେ ସାଙ୍ଗମାନଙ୍କ ସହ କ୍ରିକେଟ୍‌ ଖେଳୁଥିଲେ। ଜଣେ ସାଙ୍ଗ ବୋଲିଂ କରୁଥିବା ବେଳେ ବିଶ୍ୱଭୂଷଣ ବ୍ୟାଟିଂ କରୁଥିଲେ। ଏହି ସମୟରେ ତାଙ୍କ କାନରେ ବଲ୍‌ ବାଜିବାରୁ ସେ ହଠାତ୍‌ ଟଳି ପଡ଼ିଥିଲେ। ସାଙ୍ଗମାନେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଡାକ୍ତରୀ ଛାତ୍ରଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Comment