ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାତରେ ଦା’, କୋଦାଳ ଧରି ସକାଳୁ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଥିଲେ କେନ୍ଦ୍ରପଡ଼ା ଏସ୍‌ପି। କାର୍ଯ୍ୟାଳୟ ପରିସର ସହ ପାଖରେ ଥିବା ପୋଖରୀକୁ ମଧ୍ୟ ସଫା କରିଥିଲେ ଏସ୍‌ପି ନିତୀଶେଖର। ଏହି କାର୍ଯ୍ୟରେ ତାଙ୍କୁ ଅନ୍ୟ ପୋଲିସ କର୍ମଚାରୀମାନେ ମଧ୍ୟ ସାହାଯ୍ୟ କରିଥିଲେ।

ଆଜି ସକାଳୁ ସକାଳୁ କେନ୍ଦ୍ରାପଡା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଶିତୁଆ ସକାଳ ପୋଶାକରେ ହଠାତ ପହଞ୍ଚି ଯାଇଥିଲେ କେନ୍ଦ୍ରାପଡା ଏସ୍ ପି ନିତିଶେଖର। ହାତରେ ଦା’ ଆଉ କୋଦାଳ ଦେଖି ଚମକି ପଡିଥିଲେ ତଳିଆ ପୋଲିସ କର୍ମଚାରୀମାନେ। କିଛି କ୍ଷଣ ମଧ୍ୟରେ ଚାରିଆଡୁ ମାଡିଆସିଲେ ଜିଲ୍ଲା ଅତିରିକ୍ତ ଏସପି, ଡିଏସପି, ଏସଡିପିଓ, ବିଭିନ୍ନ ଥାନାର ଇନ୍ସପେକ୍ଟର। ଦିର୍ଘଦିନ ଧରି ଅଳିଆ ଆବର୍ଜନାରେ ପୁରି ଉଠୁଥିବା ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଆବର୍ଜନା ମୁକ୍ତ କରିବା ରହିଥିଲା ଉଦ୍ଦେଶ୍ୟ।

ଚାରିଆଡେ କୁଢକୁଢ ପଲିଥିନ, ଅନାବଶ୍ୟକ ଜିନିଷରେ ଭରା ନାଳ ନର୍ଦ୍ଦମାରେ ପରିବେଶ ଦୂଷିତ ହେଉଥିଲା। କାର୍ଯ୍ୟାଳୟ ପରିସରରେ ରହିଛି ଦଳ ଭର୍ତ୍ତି ପୋଖରୀ। ଏହାଛଡା ବଣବୁଦାରେ ଭରପୁର କେନ୍ଦ୍ରାପଡା ଜିଲ୍ଲା ପୋଲିସ ମୁଖ୍ୟାଳୟ। ଯାହା ମଶା ଡାଆଁଶମାନଙ୍କର ଏନ୍ତୁଡି ଶାଳ ପାଲଟିଥିଲା। ଏହି ନାଳନର୍ଦ୍ଦମାରୁ ଖାଲି ହାତରେ ଘାସ ଲତା ଝିକି ଆଣୁଥିଲେ ପୋଲିସ ବାବୁମାନେ।

ଜିଲ୍ଲା ଏସପି ନିତିଶେଖର କେତେବେଳେ କୋଦାଳରେ ଘାସ ଚାଞ୍ଛୁଥିଲେ ତ କେତେବେଳେ ଦା’ ଧରି ଘାସ କାଟି ପକାଉଥିଲେ। ଆଉ କେତେବେଳେ ବଡ ବାଉଁଶ ଲଗାଇ ପୋଖରୀର ଦଳକୁ କୂଳକୁ ଟାଣି ଆଣୁଥିଲେ। କିଛିକ୍ଷଣ ମଧ୍ୟରେ ସମସ୍ତଙ୍କ ହାତର ଯାଦୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟର ମଳିନ ଚେହେରାକୁ ଚିକ୍‌ଚିକ୍ କରିଦେଇଥିଲା।

Comment