ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ବାଂଲାଦେଶ ପ୍ରଥମ ଟେଷ୍ଟକୁ ଭାରତ ଜିତିନେଇଛି। ଏହାରି ମଧ୍ୟରେ କିନ୍ତୁ ଗୋଟିଏ ମଜାଦାର କଥା ଘଟିଛି। ଅଧିନାୟକ ବିରାଟ କୋହଲିଙ୍କ ଜଣେ ଫ୍ୟାନ୍ ପଡ଼ିଆ ଭିତରକୁ ପଶିଆସିଥିଲେ।

ଇନ୍ଦୋର ଟେଷ୍ଟରେ ସୁରକ୍ଷା ଲାଇନକୁ ଭେଦ କରି ଜଣେ ବିରାଟ ଫ୍ୟାନ୍ ପଡ଼ିଆ ଭିତରକୁ ଚାଲିଆସିଥିଲେ। ସେ ତାଙ୍କ ଦେହରେ ବିରାଟ କୋହଲିଙ୍କ ନାଁ ଲେଖିବା ସହ ତାଙ୍କ ନାମର ଟାଟୁ ମଧ୍ୟ କରିଛନ୍ତି। ସେ ପଡ଼ିଆ ଭିତରକୁ ଚାଲିଆସିବା ପରେ ସୁରକ୍ଷାକର୍ମୀମାନେ ସାଙ୍ଗେ ସାଙ୍ଗେ ତାଙ୍କୁ କାବୁ କରିଦେଇଥିଲେ। ବିରାଟ କୋହଲି ଏହି ସମୟରେ ତାଙ୍କ କାନ୍ଧରେ ହାତ ପକାଇ ତାଙ୍କ ସହ କଥା ହେଉଥିବା ନଜର ଆସିଥିଲା।

ବିରାଟଙ୍କ ଏହି ଫ୍ୟାନଙ୍କ ନାଁ ହେଲା ସୁରଜ ବିଷ୍ଟ। ସେ ଉତ୍ତରାଖଣ୍ଡର ବାସିନ୍ଧା କିନ୍ତୁ ସେ ଇନ୍ଦୋରର ଏକ ହୋଟେଲରେ ରହି ଖାଇବା ପ୍ରସ୍ତୁତ କରୁଛନ୍ତି। ଏହି ପୂର୍ବରୁ ମଧ୍ୟ ମ୍ୟାଚ୍ ସମୟରେ ଅନେକ ଥର ପ୍ରଶସଂକମାନେ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ। ଯାହାକୁ ଅନେକ ପୂର୍ବତନ କ୍ରିକେଟରମାନେ ନାପସନ୍ଦ କରିବା ସହ ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ।

Comment